ଜାମଝର ଠାରେ ବନ ବିଭାଗ ତରଫରୁ ଟୀକାକରଣ କାର୍ଯ୍ୟକ୍ରମ ।

କନ୍ଧମାଳ ବାଲିଗୁଡା ତ। ୧୪/୦୩/୨୦୨୫ କୋଟଗଡ ବ୍ଲକ ଅନ୍ତର୍ଗତ ଲାସେରୀ ସେକ୍ସନ ର ଜାମଝର ଗ୍ରାମରେ ତା ୧୧/୦୩/୨୦୨୫ ରିଖ ଦିନ ସକାଳ ୧୦ ଘଂଟିକାରେ କୋଟଗଡ ବନ୍ୟ ବିଭାଗ ତରଫରୁ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ କୋଟଗଡ ପ୍ରାଣୀ ଚିକିଛାଳୟର ଡାକ୍ତର ଶ୍ରୀ ଅଭିନାଶ ଦାଶ, କୋଟଗଡ ରେଞ୍ଜ ର ରେଞ୍ଜର ଶ୍ରୀ ଵାଲ୍ ଗୋପାଳ ବେହେରା ଯୋଗ ଦେଇଥିଲେ ଓ ବୈଠକ ମଧ୍ୟମରେ ଚାଷୀ ମାନଙ୍କୁ ଡାକ୍ତର ଅଭିନାଶ ଦାଶ ପ୍ରାଣୀ ଓ ପଶୁ ମାନଙ୍କ ସୁରକ୍ଷା କିପରି ନେବେ ସେ ଉପରେ ଲକମାନଙ୍କୁ ବୁଝାଇ ଥିଲେ।ଉକ୍ତ ଟୀକାକରଣ କାର୍ଯ୍ୟକ୍ରମ ରେ ଲାସେରୀ ସେକସନ ର ଫୋରେଷ୍ଟର ଶ୍ରୀ ରବି ମହନ ନାୟକ, ଫୋରେଷ୍ଟ ଗାଡ଼ ଶ୍ରୀମତୀ ନିବେଦିତା ଦେବୀ, ଦୀପକ ରଞ୍ଜନ ପଟନାୟକ ଏବଂ ପ୍ରାଣୀ ଚିକିଛା ଳୟର ପ୍ରାଣୀ ଧନ ନିରୀକ୍ଷକ ଶ୍ରୀ ହୀରାଲାଲ ପାରାସେଟ ଓ ଅଶୋକ କୁମାର ପାତ୍ର ଯୋଗ ଦେଇଥିଲେ।