ସୁଶାସନ ଦିବସ ପାଳନ

ନବରଙ୍ଗପୁର ଜିଲ୍ଲା ଉମରକୋଟ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ସୁଶାସନ ଦିବସ ପାଳିତ ହୋଇଯାଇଛି,ପ୍ରତିବର୍ଷ ଡିସେମ୍ବର 25 ତାରିଖ ଦିନ କୁ ସୁଶାସନ ଦିବସ ରୂପେ ସାରା ଦେଶ ପାଳନ କରିଆସୁଛି!ଏହି ଦିନ ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କୁ ସାନ୍ତ୍ୱନା ଜଣାଇବା ପାଇଁ 2014 ମସିହାରେ କେନ୍ଦ୍ର ରେ ବିଜେପି ସରକାର ହେବା ଦିନଠାରୁ ଏହା ପାଳନ କରାଯାଉଅଛି ।ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଙ୍କ ଦ୍ବାରା 2013ଡିସେମ୍ବର 23ତାରିଖ ଦିନ ବାଜପାୟୀ ଙ୍କୁ ଭାରତର ସର୍ବୋଚ୍ଚ ନାଗରିକ “ଭାରତ ରତ୍ନ” ରେ ପୁରସ୍କୃତ କରାଯାଇଥିଲା,ଏହି ଦିନ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳଜୀଙ୍କ ଜନ୍ମ ଦିନକୁ ସୁଶାସନ ଦିବସ ରୂପେ ପାଳନ କରିବା ଘୋଷଣା କରିଥିଲେ ।ଏହି ପରିପ୍ରେକ୍ଷୀରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏବଂ ରାଜ୍ୟ ସଂମ୍ପାଦକ ରମେଶ ସାହୁ କିଛି କାର୍ଯ୍ୟକର୍ତା ଙ୍କ ସହ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ସମସ୍ତ ରୋଗୀ ଙ୍କ ଆଶୁଆରୋଗ୍ୟ କାମନା କରି ଫଳ ବାଣ୍ଟିଥିଲେ ।ଏହାପରେ କାର୍ଯ୍ୟାଳୟ ଠାରେ ବାଜପେୟୀ ଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଏବଂ ଧୁପ ଦୀପ ଜାଳି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ,ପରେ ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ଙ୍କ ଉପସ୍ଥିତିରେ ଅଟଳ ବିହାରୀ ବାଜପେୟୀ ଙ୍କ ଦେଶ ପାଇଁ ଉତ୍ସର୍ଗତା,ତାଙ୍କର ପ୍ରଖର ରାଷ୍ଟ୍ରବାଦ ଭାବନା ଓ ବିଚାରଧାରା ଏବଂ 1999 ଠାରୁ 2004 ପର୍ଯ୍ୟନ୍ତ ସୁଶାସନ କାର୍ଯ୍ୟ ଶୈଳୀ ବିଷୟରେ ସ୍ମୃତି ଚାରଣ କରିଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏବଂ ମୁଖ୍ୟ ବକ୍ତା ଭାବେ ରାଜ୍ୟ ସମ୍ପାଦକ ରମେଶ ଚନ୍ଦ୍ର ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋପାଳ ପୂଜାରୀ,ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ,ସଂଯୋଜକ ଶୁରେସ ଆଚାର୍ଯ୍ୟ,ନଗର ସଭାପତି ଗୋପୀନାଥ ସାହୁ,ଜିଲ୍ଲା ମହିଳା ସଂମ୍ପାଦିକା ମନ୍ଦିରା ନାୟକ,ରମେଶ ଦାସ,ସୀମାଞ୍ଚଳ ମଲ୍ଲିକ,ଆଶୁ ମଣ୍ଡଳ,ଭାଲୁ ସାହୁ,ତପନ ଦାସ,ରାମହରି,ଟିଙ୍କୁ ଭାଇ,ସାନ ଭାଇ,ମିଲୁ ପଣ୍ଡା,ପୂର୍ଣ୍ଣ ଗଣ୍ଡ ଏଭଳି ବହୁ କାର୍ଯ୍ୟକର୍ତା ଉପସ୍ଥିତ ରେ ନଗର ସାଧାରଣ ସମ୍ପାଦକ ପ୍ରଭାତ ନାୟକ ମଞ୍ଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *