ଅଯୋଗ୍ୟ ପୁଅ ମନ୍ତବ୍ୟକୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କଲା ଭାଜପା

ବେଙ୍ଗାଲୁରୁ,୨।୫: କର୍ନାଟକ ନିର୍ବାଚନ ପାଇଁ ଜାତୀୟ ରାଜନୀତି ସରଗରମ ରହିଛି। ଭାଜପା ଓ କଂଗ୍ରେସ ମଧ୍ୟରେ ବୟାନବାଜି ଜାରି ରହିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ପ୍ରିୟଙ୍କା ଖାର୍ଗେଙ୍କ ବିରୋଧରେ ଭାଜପା ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛିି। ଭାଜପା ଅଭିଯୋଗରେ କହିଛି ଯେ, ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଯୋଗ୍ୟ ପୁଅ ବୋଲି ସମ୍ବୋଧନ କରିିଛନ୍ତି।

ମଲ୍ଲିକାର୍ଜୁନ ଏ ନେଇ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ପୁଅ ପ୍ରିୟଙ୍କା ପ୍ରଧାନମନ୍ତ୍ରୀଙ୍କ ଉପରେ ଅଯୋଗ୍ୟ ପୁଅ କହି ମନ୍ତବ୍ୟ ଦେଇନାହାନ୍ତି। ବିପକ୍ଷ ଦଳ କଥା ବେଶୀ ବଢାଉଛନ୍ତି। ଏ ସବୁ ଜାଣିଶୁଣି କରାଯାଉଛି।

ସୂଚନାଯୋଗ୍ୟ, ପ୍ରିୟଙ୍କା ଖାର୍ଗେ କାଲାବୁର୍ଗୀ ଜିଲାର ଚିତ୍ରପୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।

Leave a Reply

Your email address will not be published. Required fields are marked *