ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଯୁବ ଓଡିଶା ନବୀନ ଓଡିଶା ଅନ୍ତର୍ଭୁକ୍ତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ

ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଯୁବ ଓଡିଶା ନବୀନ ଓଡିଶା ଅନ୍ତର୍ଭୁକ୍ତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଡେଲାଙ୍ଗ,ଓଡିଶା ସରକାରଙ୍କ ପ୍ରାୟୋଜିତ ନୂଆ _ଓ ଯୁବ ଓଡିଶା ନବୀନ ଓଡିଶା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ନିକଟବର୍ତ୍ତୀ ଗ୍ରାମଗୁଡିକରେ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ଅଧକ୍ଷ ଡକ୍ଟର ଶରତ ଚନ୍ଦ୍ର ବିଶ୍ୱାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ! ନୋଡାଲ ଅଫିସର ଅଧ୍ୟାପକ ଅତୁଲ କୁମାର ଦାଶ ଙ୍କ ତତ୍ୱାବଧାନରେ ଅଧ୍ୟାପକ ମନୋ ରଞ୍ଜନ ରଣସିଂହ, ସୁମନ୍ତ ତରେଇ,ଜିତେନ୍ଦ୍ର କୁମାର ମଲ୍ଲିକ ଏହାକୁ ସୁଚାରୁରୂପେ ପରିଚାଳନା କରିଥିଲେ !ଛାତ୍ର ଛାତ୍ରୀ ମାନେ ବେନୁପଡା, ଗୋଲାସାହି,ଗୌରଦେଇପୁର, ରାମଚନ୍ଦ୍ରପୁର ଆଦି ଗ୍ରାମଗୁଡିକରେ ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ ଓ ପଥପ୍ରାନ୍ତ ସଭା କରି ସମାଜକୁ ପଲିଥିନ ମୁକ୍ତ କରିବା,ଯୌତକ ପ୍ରଥା, ବାଲ୍ୟ ବିବାହ ପ୍ରଥା, ନାରୀନିର୍ଯ୍ୟାତନା ଓ ନିଶନିବାରଣ ସମ୍ପର୍କରେ ଜନସାଧାରଣ ଙ୍କୁ ସଚେତନ କରାଇଥିଲେ!ଏଥି ସହିତ ସ୍ଥାନୀୟ ସରପଞ୍ଚ ଦୀପକ କୁମାର ସାହୁ ଓ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ସନ୍ତୋଷ ତ୍ରିପାଠୀଙ୍କ ସହଯୋଗରେ ମେଡିକାଲ ପରିସରରେ, ଡେଲାଙ୍ଗ ହାଟବଜାର, ମେଳଣ ପଡିଆ, ପଂଚାୟତ ଅଫିସ ପରିସର ସଫେଇ କରାଯାଇଥିଲା !ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ପରିସରରେ ୧୦୦ ଟି ବିଭିନ୍ନ ପ୍ରକାର ଚାରରୋପଣ କରିଥିଲେ! ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସରୋଜ ବଳିୟାରସିଂହ, ସୁକାନ୍ତ କୁମାର ପଣ୍ଡା, ସୁମନ୍ତ ତରେଇ,ରାକେଶ କୁମାର ସ୍ୱାଇଁ,ଅଧ୍ୟାପିକା ଡକ୍ଟର ସ୍ନେହାଞ୍ଜଳୀ ମହାନ୍ତି,ସୌଭାଗିନୀ ପାଢ଼ୀ, ଗୀତାଞ୍ଜଳି ସାହୁ, ତନ୍ମୟୀ ମହାପାତ୍ର, ପ୍ରିୟଙ୍କା ଦଳେଇ,ବରିଷ୍ଠ କିରାଣୀ ଗଙ୍ଗାଧର ଜେନା, ସର୍ବେଶ୍ୱର ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ !

Leave a Reply

Your email address will not be published. Required fields are marked *