ଶାନ୍ତି ସୁଧା ବହୁମୁଖୀ ସେବା ସଦନର ବେଦ ସଭା

ବ୍ରହ୍ମପୁର,ସ୍ଥାନୀୟ ଗୋଷାଣୀ ନୂଆଗାଁ ଉତ୍ତରେଶ୍ୱର୍ ଭବନ ଠାରେ ଶାନ୍ତି ସୁଧା ବହୁମୁଖୀ ସେବାସଦନ ଆନୁକୁଲ୍ୟରେ ଅଧ୍ୟକ୍ଷା ସୁଶ୍ରୀ ପ୍ରାଦ୍ଧାପିକା ଶ୍ରୀମତୀ ଶାନ୍ତିଲତା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବେଦ ସଭାର ଆୟୋଜନ କରାଯାଇଥିଲା।ସୃତିନ୍ୟାଶ ବେଦ ସମିତିର ଅଧ୍ୟକ୍ଷ ଶ୍ରୀ ଶ୍ରୀ ସୁଧାନନ୍ଦ ସରସ୍ଵତୀ ମୁଖ୍ୟ ବକ୍ତା ଭାବେ ଯୋଗ ଦାନ କରିଥିଲେ।ଦିବ୍ୟାଙ୍ଗ ସ୍କୁଲର ଅଧ୍ୟକ୍ଷ ତଥା ପରିଚାଳକ ଶ୍ରୀ ଭବାନୀ ଶଙ୍କର ପାଢ଼ୀ ମଧ୍ୟ ଯୋଗ ଦାନ କରି ସମାଜ କଲ୍ୟାଣ ଦିଗରେ ସହାୟକ ହେବା ପାଇଁ ପ୍ରେରଣା ଦେଇଥିଲେ।ସ୍ବାମୀଜୀଙ୍କ ଓଜସ୍ୱିନି ଭାଷଣରେ ଶ୍ରୋତାଗଣ ତଲ୍ଲିନ ହୋଇ ଶୁଣୁଥିଲେ।ବେଦ ଉପନିଷଦ କର୍ମଗୁରୁ ଭକ୍ତି ସମାଜ ପାଇଁ କଣ କରିବାକୁ ହେବ ତାହା ବିଷଦ ଭାବରେ ବୁଝାଇଥିଲେ।ସଭାରେ ଶ୍ରୋତାଗଣ ଉଦ୍ୟେକ୍ତା ସୁଶ୍ରୀ ଶାନ୍ତିଲତା ସାହୁଙ୍କ ବିଭିନ୍ନ ଉନ୍ନତି ମୂଳକ କାମର ଭୂରିୟଶି ପ୍ରଶଂସା ଗାନ କରିଥିଲେ।ବେଦ ପ୍ରଚାର ସମିତିର ବହୁତ ଭକ୍ତ ଯୋଗଦାନ କରିଥିଲେ।ଶେଷରେ ଶାନ୍ତି ସୁଧା ବହୁମୁଖୀ ସେବା ସଦନ ତରଫରୁ ସ୍ବାମୀଜୀ ଙ୍କୁ ଧନ୍ୟବାଦ୍ ଜ୍ଞାପନ କରାଯାଇଥିଲା।
ଜ୍ୟୋତି ରଞ୍ଜନ ଗୌଡ଼ reporter