ଭିଜିଲାନ୍ସ ଜାଲରେ ଡିହଡୋଳ ବନପାଳ ଓ ହାତୀ ସ୍କ୍ଵାର୍ଡ କର୍ମଚାରୀ

ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ ସହ ହାତୀ ସ୍କାର୍ଡ। ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ବନାଞ୍ଚଳ ଡିହଡୋଳ ସେକ୍ସନର ବନପାଳ ବିଶ୍ୱନାଥ ସୋରେନ ଭିଜିଲାନ୍ସ ଟ୍ପଡିଛନ୍ତି। ଏଥିସହିତ ହାତୀ ସ୍କ୍ଵାର୍ଡରେ କାର୍ଯ୍ୟରତ ସନ୍ଦୀପ ସାହୁଙ୍କୁ ମଧ୍ୟ ବାନ୍ଧିଛି ଭିଜିଲାନ୍ସ। ଉଭୟ ବନପାଳ ଓ ହାତୀ ସ୍କ୍ଵାର୍ଡ ଗିରଫ ହୋଇଛନ୍ତି। ମହାବିରୋଡ଼ ଥାନା କୁଟୁରିଆ ଗାଁର ଜେସିବି ମାଲିକ ବଳରାମ ସାହୁଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ। ଆମ୍ବପଳାସ ଗାଁ ବରକଟା ଠାରେ ଏକ ପୋଖରୀ ଖୋଳାକୁ କେନ୍ଦ୍ର କରି ୫୦ ହଜାର ଟଙ୍କା ଲାଞ୍ଚ ପାଇଁ ଦାବି କରିଥିଲେ କିନ୍ତୁ ୨୫ ହଜାର ଟଙ୍କାରେ ସୀମିତ ହୋଇଥିଲା। ତେବେ ମଙ୍ଗଳବାର କାଲି ୧୫ ହଜାର ଟଙ୍କା ବଳରାମ ସାହୁ ଫରେଷ୍ଟର ବିଶ୍ୱନାଥ ସୋରେନକୁ ଦେଇଥିଲେ। ବୁଧବାର ବକେୟା ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦଳ ମାଡିବସି ଥିଲେ। ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ। ଡିହଡୋଳ ବନପାଳ ବିଶ୍ୱନାଥ ସୋରେନ ଙ୍କ ପୈତୃକ ବାସଭବନ ବାଟଗାଁ ସ୍ଥିତ ତାରଣୀପଶି ଓ ଭଡା ଘର ଜିରଡାମାଳି ଠାରେ ଚଢ଼ାଉ କରିଥିବା ବେଳେ ହାତୀ ସ୍କାର୍ଡ ସନ୍ଦିପ୍ତ ସାହୁଙ୍କ ବାରିହାପୁର ଗ୍ରାମରେ ଥିବା ପୈତୃକ ବାସଭବନ ରେ ଚଢ଼ାଉ ଜାରି ରଖିଛନ୍ତି। ଏହି ଚଢ଼ାଉରେ ଅନୁଗୁଳ ଓ କଟକ ଦୁର୍ନୀତି ନିବାରଣ କାର୍ଯ୍ୟାଳୟର ଡିଏସପି ବିନୋଦ କୁମାର ସାମଲଙ୍କ ସମେତ ଚାରିଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ମାନେ ସାମିଲ ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *