ପଂଚାୟତ ଅଧିକାରୀଙ୍କ ମନମୁଖୀ ଶାସନ ପାଣିପାଇଁ ଗ୍ରାମବାସୀ ହନ୍ତସନ୍ତ ।

କନ୍ଧମାଳ ତା ୨୬/୦୫/୨୯୨୫ ଖଜୁରୀପଡ଼ା କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଦୁତିପଡ଼ା ଗ୍ରାମପଂଚାୟତ ର ଜାମୁଝୋରୀ ଗ୍ରାମ ରେ ଦେଖିବା କୁ ମିଳିଛି ଏକ ଅଭାବନୀୟ ପିଇବା ପାଣି ପାଇଁ ଡହଳ ବିକଳ ର କରୁଣ ଦୃଶ୍ୟ । ଆଜିକୁ ପ୍ରାୟ ମାସେ ହେବ ଜାମୁଝୋରୀ ଗ୍ରାମ ର ଭାଲୁକନସାହି, ହରିଜନ ବସ୍ତି ସାହିରେ ପ୍ରାୟ ୨୩ ପରିବାର ରୁହନ୍ତି । କେବଳ ପାଣି ଭରସା କହିଲେ ଗୋଟିଏ ମାତ୍ର ନଳକୂପ ଆଉ ସେହିନଳକୂପ ଆଜକୁ ୨ ମାସ ହେବ ଅଚଳ ହୋଇପଡ଼ିରହିଅଛି, କିନ୍ତୁ ଗ୍ରାମର ୱର୍ଡ ମେମ୍ବର ନଳକୂପ ଅଚଳ ଥିବାକଥା ପଂଚାୟତ ଅଧିକାରୀ ଙ୍କୁ ଅବଗତ କରିଥିଲେ ମଧ୍ୟ ଏହାର କୌଣସି ଫଳପ୍ରଦ ହୋଇପାରିନାହିଁ । ଲକଙ୍କ ମୁହଁରୁ ଶୁଣିବାକୁ ମିଳୁଛି ପଞ୍ଚାୟତ ଅଫିସର୍ କୁଆଡେ ମନମୁଖୀ ଶାସ ନ କରି ସରକାର ଗ୍ରୀଷ୍ମ ପ୍ରଭାହ କୁ ଦେଖି ବିଭିନ୍ନ ଯୋଜନା ନାମରେ ଯେଉଁସବୁ ଜନସାଧାରଣ ଙ୍କ ସୁବିଧା ଆକ୍ସନ ପ୍ଲାନ ରଖିଛନ୍ତି ତାହା ଏବେ ଦୁତିପଡ଼ା ଗ୍ରାମପଂଚାୟତ ର ଜାମୁଝୋରୀ ଗ୍ରାମର ଜନସାଧାରଣ ଙ୍କ ମନରେ ଫସରଫାଟି ଯିବା ଓ ପାଣି ନ ପାଇବା ବାସ୍ତବତା ର ଚିତ୍ର ଦେଖିବାକୁ ମିଳିଛି । ଯୋଉଥି ପାଇଁ ନିଜେ ଗ୍ରାମର ୱର୍ଡମେମ୍ବର ଶ୍ରୀଯୁକ୍ତ ଭାଗବତ ଦିଗାଲ ଆଜି ଭାଲୁକନ ସାହି ର ମା, ଭଉଣୀ, ଭାଇ ସାହିର ବୁଦ୍ଧିଜୀବୀ, ଯୁବବର୍ଗ ଙ୍କ ସମେତ ନିଜେ ପୂର୍ବରୁ ଥିବା ଚୁଆଁ ଯେଉଁ ଚୁଆଁ କି ନଳକୂପ ନଥିବା ସମୟରୁ ପିଇବା,ଗାଧୋଇବା କର୍ମରେ ବ୍ୟବହାର କରାଯାଉଥିଲା ତାହାକୁ ଆଜି ପଙ୍କ ଉଦ୍ଧାରକରିଥିଲେ । ଏହିଭଳି ୱାର୍ଡ ମେମ୍ବର ଙ୍କ କାମକୁ ଦେଖି ସ୍ଥାନୀୟ ବୁଦ୍ଧିଜୀବୀ ମହଲା ରେ ପ୍ରଶଂସନୀୟ ର ସୁଅ ଛୁଟିବାର ଦେଖିବାକୁ ମିଳିଛି ତତ ସହିତ ଏହି କାର୍ଯ୍ୟରେ ଗ୍ରାମର ବସନ୍ତ ଦିଗାଲ ସାହାଯ୍ୟ ର ହାତ ବଢ଼ାଇଛନ୍ତି । ଏହିପରି ଗରିବ ପରିବାର ଙ୍କ ପ୍ରତି ପ୍ରଶାସନ ଙ୍କ ଅଭହେଳା ନୀତି କୁ ଏବଂ ଖଜୁରୀପଡ଼ା ବ୍ଲକ ଠାରୁ ଅତି ନିକଟ ଦୁତିପଡ଼ା ଗ୍ରାମପଂଚାୟତ ର ଏଭଳି ଅବସ୍ତା କିଭଳି ପ୍ରଶାସନ ଙ୍କ ଦୃଷ୍ଟି ଗୋଚର ହୋଇପାରିଲାନାହିଁ ତାହା ଦେଖି ଜାଗ୍ରତ କନ୍ଧମାଳ ର ସଭାପତି ଶ୍ରୀ ବୀଚିତ୍ର ବ୍ରିୟ ପ୍ରଧାନ ଏବଂ ଜିଲ୍ଲା ସଭାନେତ୍ରୀ ସୋନାଲିକା କହଁର ତୀବ୍ର ନିନ୍ଦା ପ୍ରକାଶ କରି ୱାର୍ଡ ମେମ୍ବର ଙ୍କୁ ସାଧୁବାଦ ଜଣାଇଛନ୍ତି ।