କାଶୀପୁର ବ୍ଲକର ଯୋଡିପଦର ଗାଁରେ ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

କାଶୀପୁର ବ୍ଲକର ଯୋଡିପଦର ଗାଁରେ ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ ରାୟଗଡ଼ା-୨୪/୮(ସ୍ବପ୍ର)-ସରକାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ସହ ପାନୀୟ ଜଳ ପ୍ରକଳ୍ପ ମଧ୍ଯ ନିର୍ମାଣ କରୁଛନ୍ତି । ହେଲେ ଲୋକଙ୍କୁ ମିଳୁନି ବିଶୁଦ୍ଧ ପିଇବା ପାଣି । ବର୍ଷ ବର୍ଷ ଧରି ଅଚଳ ହୋଇ ପଡିଛି ସୋଲାର ଜଳ ପ୍ରକଳ୍ପ। ଏହାକୁ ନେଇ ରାୟଗଡା ଜିଲା କାଶୀପୁର ବ୍ଲକ , କୋଡିପାରି ପଞ୍ଚାୟତ ଯୋଡ଼ିପଦର ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ସମସ୍ୟା ର ସମାଧାନ ପାଇଁ ଦାବି କରିଛନ୍ତି । ଗ୍ରମାବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ପିଇବାକୁ ମିଳୁ ନ ଥିବାରୁ ହଇରାଣ ହେଉଛନ୍ତି ।ଯୋଡ଼ିପଦର ଗ୍ରାମ ରେ ଦୁଇଟି ସୋଲାର ଚାଳିତ ପାଣି ଟାଙ୍କି ରହିଛି ଓ ଦୁଇଟି ଯାକ ଅଛଳ ହୋଇକି ପଡି ରହିଛି ଏହି ଗ୍ରାମରେ ୧୮୦ଘର ପରିବାର ଏହି ପ୍ରକଳ୍ପ ଉପରେ ନିର୍ଭୟ କରୁଥିଲେ । ତେବେ ଗୋଟେ ବର୍ଷ ରୁ ଉର୍ଦ୍ଧ ହେବ ଯୋଡ଼ିପଦର ଗାଁର ଏହି ଦୁଇଟି ସୋଲାର ଜଳ ପ୍ରକଳ୍ପ ଅଚଳ ହୋଇ ପଡିଥିବାରୁ ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଏହି ଗ୍ରାମରେ 3ଟି ନଳ କୂପ ରହିଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା। ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଅଚଳ ହୋଇପଡ଼ିଥିବା ପାନୀୟ ଜଳ ପ୍ରକଳ୍ପ ଗ୍ରାମବାସୀ ଯୋଡିପଦର ସୋଲାର ପ୍ରକଳ୍ପକୁ ବାଦଦେଇ 3ଟି ନଳକୂପ ରହିଥିବା ବେଳେ 3ଟି ନଳ କୂପର ପାଣି ବ୍ୟବହାର କରୁଛନ୍ତି । କିନ୍ତୁ ସେଥିରୁ ଦୁଇଟିରେ ଗୋଳିଆ ପାଣି ବାହାରୁଚି ଆଉ ଗୋଟେରେ ଭଲ ପାଣି ବାହାରୁଚି ସେଥିରୁ ମଧ୍ୟ ଅଳ୍ପ ପାଣି ବାହାରୁଚି ତାହା ୧୮୦ପରିବାରଙ୍କୁ ମଧ୍ୟ ସଫିସେଣ୍ଟ ପାଣି ହେଉନି, ଦୁଇଟି ବ୍ୟବହାର ଉପଯୋଗୀ ନ ଥିବା ବେଳେ ଅନ୍ୟଟିରୁ ବାହାରୁ ଥିବା ପାଣିକୁ ବ୍ୟବହାର କରୁଛନ୍ତି ଓ ତା ସହିତ ମଧ୍ୟ ବଞ୍ଚିବା ପାଇଁ ବାଧ୍ୟ ହୋଇ ଦୁଇଟି ନଳ କୂପର ଗୋଳିଆ ପାଣିକୁ ଛାଣିକି ପିଉଛନ୍ତି ବୋଲି ଗ୍ରାମ ବାସୀ କହିଛନ୍ତି । ପାଣି ପାଇଁ ମହିଳାମାନେ ଅପେକ୍ଷା କରି କରି ଝଗଡା ହେଉଥିବା ଦେଖିବାକୁ ମିଳିଥିବା ବେଳେ ଏଥି ନେଇ ସେଠାକାର ସରପଞ୍ଚ ଡମ୍ବରୁ ମାଝୀଙ୍କୁ ପଚାରି ବୁଝିଥିଲୁ ଏହା ପରେ ସେ କହିଛନ୍ତି ବ୍ଲକର ବିଡ଼ିଓ ମନିଷା ଦାସଙ୍କୁ ଜଣାଇ ଥିଲୁ କିନ୍ତୁ କିଛି ସୁଫଳ ମିଳିନଥିଲା ଏହା ପରେ ଆମେ ଫୋନ ଯୋଗେ ବ୍ଲକର ବିଡ଼ିଓ ମନୀଷା ଦାସଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ କିଛି ପ୍ରତିକ୍ରିୟା ମିଳିପାରିନଥିଲା |ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ବ୍ଲକ ପ୍ରଶାସନର ନିଦ କେବେ ଭାଙ୍ଗୁଛି | ରିପୋର୍ଟ-ନୃସିହ ଚରଣ ବାରିକ