ଉତ୍କଳ ଆଲୁମିନା କମ୍ପାନୀର ପ୍ରତାରଣା ବିରୁଦ୍ଧରେ ତାତିଲେ ଗ୍ରାମବାସୀ ।

କଳାହାଣ୍ଡି:୨୪/୦୭,:ପ୍ରତିଶ୍ରୁତିର ଆଶାରେ ବେସାହାରା ୧୦୮ ପରିବାର। ନିଜର ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇଆସେ ପାଇକ କୁପାଖାଲ ଗ୍ରାମବାସୀ । ଅଞ୍ଚଳ ବାସି କହିବା ଅନୁଯାୟୀ ଏହିଭଳି ଛଳନା ଓ ପ୍ରତାରଣାର ଶିକାର ହୋଇ ଛନ୍ତି କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା ରାୟଗଡା ଜିଲ୍ଲା କାଶିପୁର ବ୍ଳକ ବଫଲାମାଳି ବକସାଇଟ ଖଣି ପାଦଦେଶରେ ଅବସ୍ଥିତ ପାଇକ କୁପାଖାଲ ଗ୍ରାମବାସୀଙ୍କ ରୋଜଗାର ଓ ଆତ୍ମନିର୍ଭରଶୀଳତା ତଥା କମ୍ପାନୀରେ ସ୍ଥାୟୀ ନିଯୁକ୍ତିର ପ୍ରତିଶ୍ରୁତି ଦେଇ ଦେଇ ସରଳତାର ସୁଯୋଗ ନେଇ ଦଳିତ ନିଷ୍ପେଶିତ ବ୍ୟକ୍ତିଙ୍କ ଜମିଜମା ଉପରେ ଆଧିପତ୍ୟ ବିସ୍ତାର କଲାପରେ କେବଳ ଧୂଆଁବାଣ ସ୍ବରୂପ ମିଥ୍ୟା ଓ ପ୍ରତାରିତ କମ୍ପାନୀ ବିରୁଦ୍ଧରେ ସହିବାର ସୀମା ଟପିଗଲା ପରେ ଯୁବକ,ଯୁବତୀ,ମହିଳା,ବୃଦ୍ଧା ଜନ୍ମ କଲା ଶିଶୁ ମାନଙ୍କୁ ହାତରେ ଖାକରେ ଧରି ଓହ୍ଲେଇ ଆସିଛନ୍ତି କମ୍ପାନୀ ବକ୍ସାଇଟ ମୁଖ୍ୟ ରାସ୍ତାକୁ । ଆନ୍ଦୋଳନକୁ ଦୀର୍ଘ ୬ ଦିନ ବିତିଯାଇଥିଲେ ସୁଦ୍ଧା କର୍ଣ୍ଣପାତ କରୁନାହିଁ ଉତ୍କଳ ଆଲୁମିନା କମ୍ପାନୀ । ୧୦୮ ଜଣଙ୍କ ନିଯୁକ୍ତି ଦାବିକୁ ପ୍ରତ୍ୟାଖ୍ୟାନ କରିବାରେ ଉତ୍କଳ ଆଲୁମିନା କମ୍ପାନୀ କାହାର ଛତ୍ରଛାୟା ତଳେ? ଅନ୍ୟ ପଟେ କମ୍ପାନୀ ସାଧା କାଗଜ ରେ ଧମକ ସ୍ୱରୂପ ଆମ ବିରୋଧ ରେ ଆନ୍ଦୋଳନ କଲେ ଦେବୁ ନାହିଁ କୌଣସି ସୁବିଧା ସୁଯୋଗ । ଏହା ପ୍ରଶାସନ ର ସମ୍ପର୍କ ରେ ନା ସରକାର ଙ୍କ ସୁପାରିଶ ରେ ଦିନକୁ ଦିନ ତୁଟିବାରେ ଲାଗିଛି ଭରଷା ଓ ବିଶ୍ୱାସ ଅଂଚଳ ବାସୀଙ୍କ ।ଏମାନଙ୍କ ଦାବି ପୂରଣ ନହେଲେ ଏହି ଆନ୍ଦୋଳନଟି ଆଗକୁ ଏକ ବିଶାଳକାୟ ରୂପ ନେବାର ଆଶଙ୍କା ରହିଛି । ଅଞ୍ଚଳରେ କ୍ଷୋଭ ଓ ଦୁଃଖ ତାତିବାରେ ଲାଗି ଥିବା ସାଧାରଣ ରେ ଚର୍ଚ୍ଚା ବିଷୟ ପାଲଟିଛି।