ବସୁଧା ଜଳ ଯୋଜନା କ’ଣ ଏପର୍ଯ୍ୟନ୍ତ ଜାଣି ନାହାନ୍ତି ଗ୍ରାମବାସୀ ।

ଫୁଲବାଣୀ:-ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ବ୍ଲକରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ଜିଲ୍ଲାର ପ୍ରତ୍ୟେକ ଗ୍ରାମାଞ୍ଚଳରେ ସମସ୍ତ ଜନସାଧାରଣ ପାଖରେ ମୈଳିକ ସୁବିଧାର ବସୁଧା ପାନୀୟଜଳ ଜଯୋଜନା ପହଞ୍ଚିବା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ସରକାର ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ହରିଜନ ଗରିବ ନିରୀହ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଜଯୋଜନାକୁ ଜନହିତକର କରିବା ନେଇ ପ୍ରକଳ୍ପ ମାନ ତିଆରି କରିଛନ୍ତି। କିନ୍ତୁ ସେହି ପ୍ରକଳ୍ପ ସଫଳ ହେବାରେ ଦେଖାଯାଉଛି ଅନେକ ସମସ୍ୟା। କେଉଁଠି ତ ବାଟ ମାରଣା ତ ପୁଣି କେଉଁଠି ଉଚିତ୍ କାର୍ଯ୍ୟ କାରୀ ହେଉନାହିଁ। ଏମିତି ଏକ ଗ୍ରାମ ଅଛି ଆଜକୁ ୭୪ ବର୍ଷ ଭାରତୀୟ ସ୍ବାଧୀନତା ହେଇଛି ସତ ତାହାର ଚିତ୍ର କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ଉରା ଗ୍ରାମ ପଞ୍ଚାୟତର ପଡିପାଙ୍ଗା ଗ୍ରାମ ରେ ୫୦ ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ଏହି ଅନୁସୂଚିତ ଜାତି ଜନଜାତି ମୈଳିକ ସୁବିଧାରୁ ବଞ୍ଚିତ ଯେହେତୁ ମାଓ ଅଧ୍ୟୁଷିତ ଇଲାକା ହେଇଥିବା ଯୋଗୁଁ ଏହି ଗ୍ରାମକୁ ଜିଲ୍ଲା ର ପ୍ରଶାସନ ଅନ୍ଧାର ଘେରା ରେ ରଖିଥିବା ଦେଖିବାକୁ ମିଳୁଛି। ଏହି ଗ୍ରାମ ର ଲୋକ ବସୁଧା ଜଯୋଜନା ଏପର୍ଯ୍ୟନ୍ତ ଜାଣିନାହାନ୍ତି। ଏହି ଦିଗରେ ଅନୁସୂଚିତ ଜାତି ଜନଜାତି ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ଏମାନଙ୍କ ପାଖରେ ସରକାରୀ କର୍ମଚାରୀ ସରପଞ୍ଚ ଠାରୁ ବଡ଼ ରାଜନେତା ଏହି ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ଦୁର୍ଦ୍ଦଶା ବୁଝିବା ପାଇଁ କେହିବି ପାଦ ପକେଇ ନାହାନ୍ତି। ଗ୍ରାମ କୁ ସ୍ବଚ୍ଛ ପାଣି ବ୍ୟବହାର କରିବା ନିମନ୍ତେ ଗ୍ରାମ ରେ କୂଅ ନିର୍ମାଣ କରିବା ପାଇଁ ଅନେକ ଥର ସରପଞ୍ଚ ବିଡ଼ିଓ ଙ୍କୁ କୁହାଯାଇଥିଲେ ମଧ୍ୟ କେହି ଆମ କଥା ଶୁଣି ନାହାନ୍ତି ବୋଲି ଅଭିଯୋଗ କରି ଛନ୍ତି। ଯାହାରି ଫଳରେ ଗ୍ରାମର ୧ କିଲୋମିଟର ଦୂର କୁ ଯାଇ ଖରା ବର୍ଷା ଶିତ ଝରଣା ପାଣି ପିଉଥିବା ଦେଖାଯାଇଛି। ଏଣୁ ଗ୍ରାମ ବାସୀ ସରକାର ଙ୍କ ପ୍ରଶାସନ କର୍ମଚାରୀ ମାନଙ୍କୁ ନିବେଦନ କରିଛନ୍ତି ନୂତନ କୂଅଟି ନିର୍ମାଣ କରାଗଲେ ପଡିପାଙ୍ଗା ଗ୍ରାମ ବାସୀ ଆଶା ବାଦୀ ରଖିଛନ୍ତି। ଏଣୁ ଏହି ଗ୍ରାମ କୁ ତୁରନ୍ତ ପଦକ୍ଷେପ ନେଇ ପ୍ରଶାସନ ଏହି ଗ୍ରାମ ପ୍ରତି ପାନୀୟଜଳ ର ସମସ୍ୟା ସମାଧାନ କରିବା ପାଇଁ ଜିଲ୍ଲାର ଆଇନ ଜୀବି ବୁଦ୍ଧି ଜିବୀ ସ୍ବେଚ୍ଛାସେବୀ ମହଲରୁ ଦାବି କରିଛନ୍ତି।