ସ୍ଥାୟୀ ଜମି ପଟ୍ଟା ପାଇଁ ତହସିଲ ଘେରାଉ କଲେ ଗ୍ରାମବାସୀ

ସ୍ଥାୟୀ ଜମି ପଟ୍ଟା ପାଇଁ ତହସିଲ ଘେରାଉ କଲେ ଗ୍ରାମବାସୀ କାକଟପୁର ପଂଚାୟତର ବୋଇତକୁଦ ଗ୍ରାମର ଗ୍ରାମବାସୀ ଓ ମହିଳା ମାନଙ୍କ ଦ୍ଵାରା ଶୁକ୍ରବାର ପୂର୍ବାହ୍ନରେ କାକଟପୁର ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଜିଲ୍ଲା ମହିଳା ସୁରକ୍ଷା କମିଟି ପକ୍ଷରୁ ବୋଇତ କୁଦରେ ବସବାସ କରୁଥିବା ଦଳିତ ପରିବାର ସମେତ କେତେକ ପରିବାରକୁ ସ୍ଥାୟୀ ଜମି ପଟ୍ଟା ମିଳି ପାରିନାହିଁ। ଦୀର୍ଘ 50ବର୍ଷରୁ ଅଧିକ ବର୍ଷ ହେଲାଣି ଏଠାରେ ପ୍ରାୟ 200 ପରିବାର ରହି ଆସୁଛନ୍ତି l ସରକାର ତାଙ୍କୁ ଏଠାରେ ଥଇଥାନ କରିଥିଲେ ମଧ୍ୟ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସ୍ଥାଇ ଘରବାଡି ପଟା ମିଳିପାରିନାହିଁ l ଫଳରେ ସ୍ଥାନୀୟ ଲୋକମାନେ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି l ଯେହେତୁ ସେମାନଙ୍କର ସ୍ଥାୟୀ ଘରବାଡି ପଟ୍ଟା ନାହିଁ ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ବିଜୁ ପକ୍କାଘର ପାଇ ପାରୁନାହାନ୍ତି l ଏଭଳିକି ସେମାନେ ସେମାନଙ୍କ ଜାତିଗତ ପ୍ରମାଣ ପତ୍ର କିମ୍ବା ରୋଜଗାର ପ୍ରମାଣ ପତ୍ର ମଧ୍ୟ୍ୟ ପାଇପାରୁନାହାନ୍ତି l ଏହିସବୁ ସମସ୍ୟାକୁ ନେଇ ଗ୍ରାମର ଶତାଧିକ ଲୋକ ଓ ମହିଳା ଏକାଠି ହୋଇ କିପରି ସେମାନଙ୍କର ନାର୍ଯ୍ୟ ଦାବି ହାସଲ କରିପାରିବେ ସେଥିପାଇଁ ଆନ୍ଦୋଳନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଦଳିତ ଲୋକ ମାନେ କିପରି ସେମାନଙ୍କ ହକ ପାଇପାରିବେ ସେଥିପାଇଁ ଶ୍ରୀ ମାଧବ ଚାରିଟେବୁଲ ଟ୍ରଷ୍ଟ ନିମାପଡାର ଅଧକ୍ଷ ଶ୍ରୀ ମାଧବ ମଲ୍ଲିକ ଏବଂ ରାଜ୍ୟ ବିଜେପି ଦଳିତ ନେତା ତଥା କାର୍ଯ୍ୟକାରିଣୀ ସଦସ୍ୟ ସର୍ବେଶ୍ୱର ମଲ୍ଲିକଙ୍କ ନେତୃତ୍ୱରେ ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା। ତହସିଲ ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର ହେମାଙ୍ଗିନି ମାଝୀ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ଆସନ୍ତା ତିନି ମାସ ମଧ୍ୟରେ ତଦନ୍ତ କରାଯାଇ ଉପଯୁକ୍ତ ଥଇଥାନ କରାଯିବ ବୋଲି ଆଶ୍ୱାସନ ଦେବା ପରେ ଆନ୍ଦୋଳନ ହଟିଥିଲା। ସୁରକ୍ଷା ଦୃଷ୍ଟିରୁ ନିମାପଡ଼ା ଏସ ଡି ପି ଓ ଦେବାଶିଷ ମିଶ୍ର ଓ କାକଟପୁର ଥାନା ଅଧିକାରୀଉମେଶ ଚନ୍ଦ୍ର ସାହୁଙ୍କ ଦ୍ଵାରା ଏକ ପ୍ଲାଟୁନ୍ ପୋଲିସ୍ ମୁତୟନ ସହ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।