ପଞ୍ଚଭୂତରେ ବିଲୀନ ହେଲେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ

ଭଦ୍ରକ,୨୦/୦୯- ପଞ୍ଚଭୂତ ରେ ବିଲୀନ ହେଲେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ।
ମଙ୍ଗରାଜପୁର ମାଟିର ସୁଯୋଗ୍ୟ ସନ୍ତାନ ଥିଲେ ବିଷ୍ଣୁ ସେଠୀ। ବର୍ଷା ପାଣିରେ ମିଶି ଝରିପଡୁଥିଲା ଗାଁ ଲୋକଙ୍କ ଆଖିର ଲୁହ। ଭିଡ ଭିତରେ ସମସ୍ତେ ଠେଲା ପେଲା, ଟିକେ ବିଷ୍ଣୁଙ୍କ ମୁହଁ ଦେଖିବା ପାଇଁ। ଭୁବନେଶ୍ବରରୁ ଜନ୍ମମାଟି, ଶେଷ ଦର୍ଶନ ପାଇଁ ଛକ ଛକରେ ଲୋକଙ୍କ ଭିଡ଼। କେବଳ ଧାନନଗର ନୁହେଁ, ପୁରା ଭଦ୍ରକ ଜିଲ୍ଲାର ନେତା ଏକାଠି ହୋଇଥିଲେ। ଟିକେ ବିଷ୍ଣୁଙ୍କ ଶେଷ ଦର୍ଶନ ପାଇଁ। ସମସ୍ତଙ୍କ ଆଖିରେ ଲୁହ। ଜନ୍ମମାଟି ତିହିଡ଼ି ମଙ୍ଗରାଜପୁରରେ ପଞ୍ଚଭୂତରେ ବିଲୀନ ହେଲେ, ବିଳମ୍ବିତ ରାତିରେ ପୁଅ ସୂର୍ଯ୍ୟବଂଶୀ ସୂରଜ ଦେଲେ ମୁଖାଗ୍ନି, ଅଶ୍ରୁଳି ଶ୍ରଦ୍ଧାଞ୍ଜଳି ଜଣାଇଲେ ସମର୍ଥକ ଓ ନିକଟ ସମ୍ପର୍କୀୟ । ଅନ୍ଧକାର ଭିତରେ ଜଳିଗଲା ଶରୀର କିନ୍ତୁ ଛାଡି ଦେଇଗଲେ ଛାପ। ମୁଶଳ ଧାରାରେ ବର୍ଷା ସାଙ୍ଗକୁ ଶୁଭୁଥିଲା ରାମ ନାମ ସତ୍ୟ ହେ।
ରିପୋର୍ଟ- ପୁନିଲ କୁମାର ସାମନ୍ତ , ଭଦ୍ରକ ।