୫-ଟି ସଚିବଙ୍କ ଖୋର୍ଦ୍ଧା ଜିଲ୍ଲା ଗସ୍ତ

୫-ଟି ସଚିବଙ୍କ ଖୋରଧା ଜିଲ୍ଲା ଗସ୍ତ ବେଗୁନିଆ, ବୋଲଗଡ, ଟାଙ୍ଗି, ଖୋରଧା, ବ‍ାଣପୁର ଓ ଚିଲିକା ବ୍ଲକରେ ୯୨୨ କୋଟି ଟଙ୍କା ମୂଲ୍ୟରେ ଯାରି ମେଗା ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା, ଏହି ପ୍ରକଳ୍ପ ଆସନ୍ତା ୨୦୨୪ ମସିହା ଜାନୁୟାରୀ ମାସରୁ ବିଭିନ୍ନ ପର୍ଯ୍ୟରେ କାର୍ଯ୍ୟକାରୀ ହେବ ଟାଙ୍ଗି ବ୍ଲକର କାଳୁପଡାଘାଟ ଏବଂ ଚିଲିକା ବ୍ଲକର ସୋରଣ ଠାରେ ୩୫ କୋଟି ଟଙ୍କାରେ ଯାରି ମାଛ ରକ୍ଷଣ କେନ୍ଦ୍ର କାର୍ଯ୍ୟର ସମୀକ୍ଷାବେଗୁନିଆ, ଖୋରଧା ଓ ବାଣପୁରରେ ଜଣଶୁଣାଣି ଯୋଗଦାନଜମିପଟ୍ଟା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଏହାର ଖୁବଶୀଘ୍ର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଲେଖୋରଧା- ୨୨.୦୮.୨୦୨୩- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ ଟି ସଚିବ ଭି କେ ପାଣ୍ଡିଆନ ଆଜି ଖୋରଧା ଜିଲ୍ଲା ଗସ୍ତରେ ଆସିଛନ୍ତି । ତାଙ୍କର ଏହି ଗସ୍ତ ସମୟରେ ଜିଲ୍ଲାରେ ଯାରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହ ଜନ ସାଧାରଣଙ୍କ ଆପତ୍ତି ଅଭିଯୋଗ ଗୁଡିକର ଶୁଣାଣି କରିଛନ୍ତି । ବେଗୁନିଆ, ବୋଲଗଡ, ଟାଙ୍ଗି, ଖୋରଧା, ବ‍ାଣପୁର ଓ ଚିଲିକା ବ୍ଲକରେ ୯୨୨ କୋଟି ଟଙ୍କା ମୂଲ୍ୟରେ ଯାରି ମେଗା ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି ପ୍ରକଳ୍ପ ଆସନ୍ତା ୨୦୨୪ ମସିହା ଜାନୁୟାରୀ ମାସରୁ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ । ଏହି ପ୍ରକଳ୍ପର ଗୁଣବତ୍ତା ଉପରେ ନଜର ରଖିବା ସହ ଠିକଣା ସମୟରେ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଟାଙ୍ଗିଠାରେ ଉଗ୍ରତାରା ଶକ୍ତିପୀଠ ମନ୍ଦିରର ସମନ୍ବିତ ବିକାଶ ଯୋଜନା ଓ ବାଣପୁରରେ ମା ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟର ମଧ୍ୟ ସେ ସମୀକ୍ଷା କରିଛନ୍ତି । ପ୍ରତ୍ୟେକ ମନ୍ଦିରରେ ୧୯ କୋଟି ଟଙ୍କା ଅଟକଳରେ ଉନ୍ନୟନ କାର୍ଯ୍ୟ କରାଯିବ । ଟାଙ୍ଗି ବ୍ଲକର କାଳୁପଡାଘାଟ ଏବଂ ଚିଲିକା ବ୍ଲକର ସୋରଣ ଠାରେ ୩୫ କୋଟି ଟଙ୍କାରେ ଯାରି ମାଛ ରକ୍ଷଣ କେନ୍ଦ୍ର କାର୍ଯ୍ୟର ସମୀକ୍ଷା ସଂପର୍କରେ ସେ ସମୀକ୍ଷା କରିଛନ୍ତି । ବାଣପୁରରେ ୭ କୋଟି ବିନିମୟରେ ଏକ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବାଣପୁର ଓ ବାଲୁଗାଁରେ ୧୨ କୋଟି ବିନିମୟରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ଚଳିତ ମାସରୁ ବିଭିନ୍ନ ପର୍ଯ୍ୟାୟରେ ଶେଷ ହେବ । ବାଲୁଗାଁ ଓ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୧୬ କୋଟି ମୂଲ୍ୟର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ । ଏହି ପ୍ରକଳ୍ପ ଉଭୟ ଅଞ୍ଚଳର ପାନୀୟ ଜଳ ସମସ୍ୟାର ସମାଧାନ କରିପାରିବ । ଟାଙ୍ଗି ବ୍ଲକର ନିରାକାରପୁର ଫ୍ଲାଏ ଓଭର ନିର୍ମାଣ ନିମନ୍ତେ ୫୮ କୋଟି ଟଙ୍କା ଓ ବୋଲଗଡ ଠାରେ ଏକ ନୂତନ ୧୩୨/୩୩ କେଭି ଗ୍ରୀଡ ଷ୍ଟେସନ ନିମନ୍ତେ ୫୨ କୋଟି ଅନୁମୋଦନ ହୋଇଥିବା ନେଇ ଶ୍ରୀ ପାଣ୍ତଆନ ସୂଚନା ଦେଇଥିଲେ । ନୂତନ ଗ୍ରୀଡ ଷ୍ଟେସନ ଦ୍ବାରା ବେଗୁନିଆ ଓ ବୋଲଗଡ ଅଞ୍ଚଳର ଭୋଲଟେଜ ସମସ୍ୟାର ସମାଧାନ ହୋଇପାରିବ । ଖୋରଧାରେ ମିଶନ ଶକ୍ତି କାଫେ ବୁଲି ଦେଖିବା ସହ ମିଶନ ଶକ୍ତି ମହିଳା ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ସେମାନଙ୍କ କାର୍ଯ୍ୟ ଶୈଳୀର ମଧ୍ୟ ସେ ଭୂୟସୀ ପ୍ରଶଂସା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣ ଉପରେ ସର୍ବଦା ଗୁରୁତ୍ବ ଦେଉଥିବା ନେଇ ସେ ପ୍ରକାଶ କରୀଥିଲେ । ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକୁ ଋଣ ମିଳିଥିବା ସଂପର୍କରେ ସଚେତନତା ସୃଷ୍ଟି ସହ ପଞ୍ଚାୟତ ସ୍ତରରେ ଋଣ ମେଳା ଆୟୋଜନ ପାଇଁ ଜିଲ୍ଲାପାଳଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବେଗୁନିଆ, ଖୋରଧା ଓ ବାଣପୁରରେ ଜଣଶୁଣାଣିରେ ଯୋଗଦାନ କରିବା ସହ ବିଭିନ୍ନ ସମସ୍ୟାର ସମାଧାନ ଉପରେ ସେ ଗୁରୁତ୍ବାରୋପ କରିଥିଲେ । ଏଥିସହ ଜମିପଟ୍ଟା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଏହାର ଖୁବଶୀଘ୍ର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ଏହି ଗସ୍ତ ସମୟରେ କ୍ରିଡା ବିଭାଗର ପ୍ରମୁଖ ସଚିବ ଭିନିଲ କ୍ରିଷ୍ଣା, କେନ୍ଦ୍ରାଞ୍ଚଳ ଆଇ ଜି ଆଶିଷ ସିଂ,ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ସିଦ୍ଧାର୍ଥ କାଟ୍ଟାରିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *