ପ୍ରଧାନ ମନ୍ତ୍ରୀ ଙ୍କ ଜନ୍ମ ଦିନ ରେ ଦେବା ଶିଳ୍ପୀ ବିଶ୍ଵକର୍ମା ଯୋଜନା ଭେଟି

କଂଧମାଳ ଜିଲ୍ଲା ରାଇକିଆ ବ୍ଲକ ସ୍ଵସ୍ତିକ କଲ୍ୟାଣ ମଣ୍ଡପ ଠାରେ ପ୍ରଧାନ ମନ୍ତ୍ରୀ ଙ୍କ ବିଶ୍ଵକର୍ମା ଯୋଜନା ର ଶୁଭାରମ୍ଭ ଅବସରରେ କଂଧମାଳ ଜିଲ୍ଲା ଓବିସି ମୋର୍ଚ୍ଚା ତରଫ ରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି।ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ପ୍ରଦୀପ ପ୍ରଜ୍ୱଳନ କରିଥିବା ବେଳେ ଅତିଥି ଭାବେ କଂଧମାଳ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ହରେନ୍ ସାହୁ,ବିଜେପି ଉପ ସଭାପତି ଝୁଲିମା ଦଳବେହେରା,ସାଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ,ରାଜ୍ୟ ଅନୁସୂଚିତ ଜାତି ଉପସଭାପତି ରାମ ବିଶି ଦିଗାଲ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅବନେଶ୍ୱର ପ୍ରଧାନ,ପ୍ରତ୍ୟେକ ମଣ୍ଡଳ ର ସଭାପତି ,ସମ୍ପାଦକ ଙ୍କ ସହିତ ବିଜେପି ର ବହୁ କର୍ମୀ ଉପସ୍ଥିତ ରହିଥିଲେ।ଆଜିର ଏହି ସମସ୍ତ କାର୍ଯ୍ୟ କ୍ରମ କୁ ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ଲେଙ୍କା ପରିଚାଳନା କରିଥିଲେ।
ନୃସିଂହ ଚରଣ ଦାଶଙ୍କ ରିପୋର୍ଟ, ରାଇକିଆ
