ନିମାପଡା ରେ ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ

ସାରା ଦେଶରେ ପ୍ରଭୁ ବିଶ୍ଵକର୍ମା ଙ୍କ ପୂଜା ଧୁମଧାମରେ ଚାଲି ଥିବା ବେଳେ ନିମାପଡା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ରେ ଖୁବ ଧୁମଧାମରେ ପୂଜା କାର୍ଯ୍ୟ ଶୃଙ୍ଖଳା ର ସହିତ ଶେଷ ହୋଇଛି । ଚାରିଛକ ର ବାସୁଦେବ ଅଟୋ ସଂଘ ର ସଭାପତି ତାପସ କୁମାର ଗୋଛୟତ ତତ୍ୟବଧାନରେ ବିଶ୍ଵକର୍ମା ପୂଜା କରାଯାଇଥିବା ବେଳେ ଏହି ପୂଜା କାର୍ଯ୍ୟ ରେ କର୍ତା ଭାବେ ରୋହିତ ମାଝୀ ପୂଜା କର୍ମରେ ବସିଥିବା ବେଳେ ମୁଖ୍ୟ ଉପଦେଷ୍ଟା ପ୍ରତାପ ଦାସ , ପ୍ରଶାନ୍ତ ନାୟକ ଓ କୋଷାଧ୍ୟକ୍ଷ କିଶୋର ସେନ ସହିତ ସମସ୍ତ ସଭ୍ୟ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିବା ବେଳେ ନିମାପଡା ଅଞ୍ଚଳରେ ଥିବା ବିଭିନ୍ନ ମଟର ଗାଡି ସଂଘ ,ଗ୍ୟାରେଜ କଳ କାରଖାନା , ବିଦ୍ୟୁତ ଶକ୍ତି କେନ୍ଦ୍ର ଆଦି ସ୍ଥାନରେ ପୂଜା କରାଯାଇଥିଲା ।ସେହିଭଳି ଚାରିଛକ , ବଳଙ୍ଗା , ଖେଲାର ,ତୁଳସୀପୁର , ବାମନାଳ , ଏକମ କଣା ପ୍ରମୁଖ ଅଞ୍ଚଳରେ ବିଭିନ୍ନ ମଟର ଗାଡି ସଂଘ ସହିତ କଳ କାରଖାନା ଓ ଗ୍ୟାରେଜ ବିଦ୍ୟୁତ କେନ୍ଦ୍ର ମାନଙ୍କରେ ଶୃଙ୍ଖଳାର ସହିତ ବିଶ୍ଵକର୍ମା ପୂଜା କାର୍ଯ୍ୟ ଶେଷ ହୋଇଛି । ଏହି ବିଶ୍ଵକର୍ମା ପୂଜାରେ ବାସୁଦେବ ଅଟୋ ସଂଘର ସଭ୍ୟ ସହିତ ବିଭିନ୍ନ ମଟର ଗାଡି ସଂଘ ର ସଭ୍ୟ ଓ ବିଭିନ୍ନ ଅନୁଷ୍ଠାନ ର କର୍ମଚାରୀ ଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।