ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ବିଶ୍ୱକର୍ମା ପୂଜା ଅନୁଷ୍ଠିତ

ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ସୂର୍ଯ୍ୟ ସିଂହରାଶିରୁ ଯାଇ କନ୍ୟା ରାଶିରେ ପ୍ରବେଶ କଲେ କନ୍ୟା ସଂକ୍ରାନ୍ତି ହୋଇଥାଏ। ଏହି ସଂକ୍ରାନ୍ତିର ବିଶେଷ ମହତ୍ତ୍ୱ ହେଉଛି, ଏହି ଦିନଟି ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ଜନ୍ମଦିବସ ଭାବରେ ଭାରତ ଓ ନେପାଳ ଆଦି ଦେଶରେ ମହା ସମାରୋହରେ ପାଳିତ ହୋଇଥାଏ। ଆଜି ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ,ବ୍ଲକ,ଇଲେଟ୍ରି ଅଫିସ ,ଦୋକାନ ବିଭିନ୍ନ ଶ୍ରମିକ ସଂଘ ମଧ୍ୟରେ ପବିତ୍ର ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ବିଧାୟକ ଦଶପଲ୍ଲା ତଥା ବିଜେଡି ଜିଲ୍ଲା ସଭାପତି ନୟାଗଡ଼ ଶ୍ରୀ ରମେଶ ଚନ୍ଦ୍ର ବେହେରା ଆଜି ବିଭିନ୍ନ ଅନୁଷ୍ଠାନରେ ହୋଇଥିବା ପୂଜା ରେ ଯୋଗଦେଇ ଅଛନ୍ତି ।କୋରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଡ଼ିସାହି ଠାରେ ବାବା ବିଶ୍ୱକର୍ମା ଯୁବକ ସଙ୍ଘ ଆନୁକୂଲ୍ୟରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ଓ ନୂଆଗାଁ ସଦର ମହକୁମାରେ ଥିବା ବଜାର ମଧ୍ୟରେ ବାବା ବିରୁପାକ୍ଷେଶ୍ୱର ନିର୍ମାଣ ଶ୍ରମିକ ସଙ୍ଘ ଆନୁକୂଲ୍ୟରେ ଆୟୋଜିତ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଥିଲା । ମାନ୍ୟବର ବିଧାୟକଙ୍କ ସମେତ ସମାଜ ସେବି ସଂକର୍ଷଣ ବେହରା ,ନୂଆଗାଁ ସରପଞ୍ଚଙ୍କ ପ୍ରତିନିଧି , ସାଂସଦଙ୍କ ପ୍ରତିନିଧି ବିଜୁ ଶାସମଲ ,ଦିଲୀପ ଦଳବେହେରା ,ଗୋଲେଖ ଗୋଛାୟତ ପ୍ରମୁଖ ଯୋଗଦେଇଥିଲେ । ତତ ପରେ ଉଭୟ ଅନୁଷ୍ଠାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ-ନୟାଗଡ଼ ମାନସ ରଞ୍ଜନ ତ୍ରିପାଠୀ , ତୀର୍ଥକ୍ଷେତ୍ର , ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ

Leave a Reply

Your email address will not be published. Required fields are marked *