କଡା ସୁରକ୍ଷା ମଧ୍ୟରେ ପାଣ୍ଡିଆନଙ୍କ ଭଂଜନଗର ଗସ୍ତ ।କଳାପତାକା ଓ ପାଣି ବୋତଲ ମନା


ଭଂଜନଗର – 5 t ସଚିବଙ୍କ ତିନିଦିିଆ ଗଞ୍ଜାମ ଗ୍ରସ୍ତ ରହିଥିବା ବେଳେ ଆଜି ଦୁତୀୟ ଦିନରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ସୋରଡ଼ା, ଆସ୍କା, ପୋଲସରା, ଖଲ୍ଲିକୋଟ,ବ୍ରହ୍ମପୁର ଠାରେରେ ସଚିବ ଭି କେ ପାଣ୍ଡିୟାନ ଙ୍କ ଗ୍ରସ୍ତ ରହିଛି। ଆଜି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିରୋଧ ଭୟ ପରିଲକ୍ଷିତ ହୋଇଛି । ଏହାକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ମହିଳା, କଲେଜ ଛାତ୍ର ଛାତ୍ରୀ ଙ୍କୁ ପ୍ରାଧାନ୍ୟ ଦିଆ ଯାଇଛି। ଅଞ୍ଚଳର ଲୋକେ ନିଜ ଅଭିଯୋଗ ସିଧାସଳଖ ସଚିବ ଙ୍କୁ ଜଣାଇ ପାରିବା ପାଇଁ ଵ୍ୟଵସ୍ଥା ହୋଇଛି । ପାଣି ବୋତଲ,ବ୍ୟାଗ୍, କଳା ପୋଷାକ ପିନ୍ଧି ଥିବା ବ୍ୟକ୍ତିଙ୍କୁ ସଭାସ୍ଥଳ ଭିତରକୁ ଯିବାକୁ ବାରଣ କରାଯାଇଛି। ପାଣ୍ଡ୍ୟାୟନ ପଂହଁଚି ବା ପରେ ସାଧାରଣ ଲୋକଙ୍କୁ ଭେଟିଥିଲେ ହାତ ମିଶାଇଥିଲେ ଓ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ତାଙ୍କ ସୁରକ୍ଷା ପାଇଁ ଥିବା ଗତକାଲି ପିଙ୍କ ରଙ୍ଗର ପୋଷାକ ଧାରୀ ରହିଥିବା ବେଳେ ଆଜି ସବୁଜ ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ବହୁ ସୁରକ୍ଷା ମଧ୍ୟରେ ପାଣ୍ଡିୟନଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସରିଥିଲା। ଲୋକଙ୍କୁ ସ୍ଥାନୀୟ ଅଞ୍ଚଳ ବିକାଶ ଉଦ୍ଦେଶ୍ୟରେ ମହାନଦୀ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, କୁଲାଡ ଜଗନ୍ନାଥ ମନ୍ଦିରର ଉନ୍ନତି କରଣ ସକାଶେ ଆର୍ଥିକ ଅନୁଦାନ ଘୋଷଣା କରାଯାଇଥିଲା। ହଜାର ହଜାର ଲୋକ ଉପସ୍ଥିତ ରହିଥିବା ବେଳେ ଅନେକ ଅଭିଯୋଗ ଦେଇ ନପାରି ଫେରିଥିବା ବେଳେ ପାଣି ଟିକିଏ ମଧ୍ୟ ପିଇବାକୁ ନ ପାଇ ଅନେକ ଅସନ୍ତୋଷ ପ୍ରକାଶ କରି ଫେରିଛନ୍ତି । ପାଣ୍ଡିଆନ ଙ୍କ ଏହି ଗ୍ରସ୍ତ କୁ ବିରୋଧ କରି ଘୁମୁସର ଜିଲ୍ଲା ବିଜେପି ପକ୍ଷରୁ ମୁହଁରେ କଳା କପଡା ଢାଙ୍କି ନୀରବ ପ୍ରତିବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *