ସୋରଡାରେ ୫ ଟି ସଚିବ ଙ୍କୁ ବିପୁଳ ସମ୍ବର୍ଦ୍ଧନା । ସଚିବ ଙ୍କୁ ରାଖୀ ବାନ୍ଧିଲେ ମହିଳା।


ସୋରଡା-ଗଞ୍ଜାମ ଜିଲ୍ଲା ସୋରଡା ରେ ଆଜି ୫ ଟି ସଚିବ ଭି କେ ପଣ୍ଡିଆନ ଙ୍କ ଗସ୍ତ ରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ହଜାର ହଜାର ଲୋକଙ୍କ ମଧ୍ୟ ରେ ଆଜି ପଣ୍ଡିଆନ ଙ୍କୁ ସୋରଡା ଷ୍ଟାଡିୟମ ରେ ସ୍ଵାଗତ କରାଯାଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ୫ ଟି ସଚିବ ଭି କେ ପଣ୍ଡିଆନ ଗଞ୍ଜାମ ଜିଲ୍ଲା ର ତିନିଦିନିଆ ଗସ୍ତ ରେ ଆସିଥିବା ବେଳେ ଆଜି ଦ୍ଵିତୀୟ ଦିନ ରେ ସୋରଡା ରେ ପହଞ୍ଚି ଜନ ଶୁଣାଣୀ କାର୍ଯ୍ୟ କ୍ରମ ରେ ଯୋଗଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଆପଣଙ୍କ ସମସ୍ଯା ସମ୍ପର୍କରେ ବୁଝିବା ପାଇଁ ଆସିଥିବା କହିଛନ୍ତି ସଚିବ। ପୂର୍ବ ରୁ ଗଞ୍ଜାମ ଜିଲ୍ଲା ରେ ୧୦୮ ଉଚ ପ୍ରାଥମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ରୂପାନ୍ତି କରଣ ପାଇଁ ମୁଖ୍ୟମନ୍ତ୍ରୀ ୭୨ କୋଟି ଟଙ୍କା ଅନୁମୋଦନ କରିଥିବା ଘୋଷଣା ପୂର୍ବ ରୁ କରିସାରିଛନ୍ତି। ଏହି ଯୋଜନା ରେ ସୋରଡା ରେ ଥିବା ମହାବିଦ୍ୟାଳୟ ଓ ଉଚପ୍ରାଥମିକ ବିଦ୍ୟାଳୟ କେତେ ଟଙ୍କା ଅନୁଦାନ ପାଉଛନ୍ତି ତାହା ପରବର୍ତୀ ସମୟ ରେ ଜଣାପଡିବ। ଛାତ୍ରଛାତ୍ରୀ ମାନେ ମାଦକ ଦ୍ରବ୍ଯ ଅତ୍ୟଧିକ ସାମାଜିକ ଗଣମାଧ୍ୟମ ରୁ ଦୂର ରେ ରହିବା ସହ ବିଦ୍ୟାଳୟ ରୂପାନ୍ତି କରଣ ଦ୍ଵାରା ଏକ ଉନ୍ନତ ଶୈକ୍ଷିକ ବାତାବରଣ ପାଇଛନ୍ତି ଯାହାର ଫାଇଦା ଛାତ୍ରଛାତ୍ରୀ ମାନେ ଉଠାଇବାକୁ ପଡିବ ବୋଲି କହିଛନ୍ତି। ସମସ୍ତ ବିଦ୍ଯାଳୟ କୁ ୫ ଟି ଅଧୀନ ରେ ମୁଖ୍ୟମନ୍ତ୍ରୀ ସାମିଲ କରିଥିବା କହିଛନ୍ତି। ସୋରଡା ଋଷିକୁଲ୍ୟା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, ବଡଗଡ ହାଡୁ ସରାବ ଉଚବିଦ୍ୟାଲଯ, ଓଡିଶା ଆଦର୍ଶ ବିଦ୍ୟାଳୟ, ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ, ବେଲଗୁଣ୍ଠା ଜୁନିୟର ମହାବିଦ୍ୟାଳୟ କୁ ୫ ଟି ଅଧୀନ ରେ ସାମିଲ କରାଯାଇଥିବା କହିଛନ୍ତି। ଏହା ପ୍ରଥମ କିସ୍ତି ତାଙ୍କ ହୋଇଥିବା ବେଳେ ପୁଣିଥରେ ଅନୁଦାନ ମୁଖ୍ୟମନ୍ତ୍ରୀ ଦେବା ନେଇ ଘୋଷଣା କରିଛନ୍ତି। ସୋରଡା ବି ଡି ଓ ଙ୍କୁ ଏ ସମ୍ପର୍କରେ ତାଗିଦ କରିଥିଲେ। ସୋରଡା ବି ଡି ଓ ଗ୍ରାମାଞ୍ଚଳ ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେବା ପାଇଁ ପରାମର୍ଶ କରିଥିଲେ। ଏଠାରେ ଗ୍ରାମାଞ୍ଚଳ ରେ ରହିଥିବା ଲୋକମାନେ ସରକାରୀ ଯୋଜନା ବିଷୟରେ ଭଲ ଭାବେ ଜାଣିପାରୁନଥିବା କହିଥିଲେ ସଚିବ। ମହିଳା ମାନେ ବେଙ୍କିଙ୍ଗ ସୁବିଧା ପାଇପାରୁନଥିବା କଥା କୁ ଗୁରୁତ୍ଵାରୋପ କରି ଗଞ୍ଜାମ ଜିଲ୍ଲାପାଳ ଙ୍କୁ ସ୍ଵତନ୍ତ୍ର ଧ୍ୟାନ ଦେବା ପାଇଁ କହିଥିଲେ। ମହିଳା ମାନେ ବେଙ୍କ ମାନଙ୍କ ରୁ କିପରି ଅଧିକ ବେଙ୍କ ସୁବିଧା ମିଳିବ ସେଥିପ୍ରତି ଗଞ୍ଜାମ ଜିଲ୍ଲାପାଳ ଧ୍ୟାନ ଦେବା ସହ ପଦକ୍ଷେପ ନେବା ଏପାଇଁ ପରାମର୍ଶ କରିଛନ୍ତି। ଗଞ୍ଜାମ ଜିଲ୍ଲା ରେ ଜିଲ୍ଲାପାଳ ଥିବା ବେଳେ ସୋରଡା ର ଉପାନ୍ତ ଅଞ୍ଚଳ ଭାବେ ସାଲିମା ଗୋଛା ର ଲୋକମାନେ କିପରି ସବୁ ସୁବିଧା ପାଇବେ ସେଥିପ୍ରତି ଚେଷ୍ଟା କରିଥିଲି, ବର୍ତମାନ ସାଲିମାଗୋଛା ରେ କିପରି ଲୋକମାନେ ସବୁ ସୁବିଧା ପାଇବେ ସେଥିପ୍ରତି ଧ୍ୟାନ ଦେବା ପାଇଁ କହିଥିଲେ। ମୁଁ ମଧ୍ୟ ଗାଁ ରୁ ଆସିଛି ଏବଂ ପ୍ରତିଦିନ ଯୁକ୍ତ ଦୁଇ ପଢିବା ପାଇଁ ୨୦ କିଲୋମିଟର ସାଇକେଲ ରେ ଯାଉଥିବା କହିଥିଲେ। କଠିନ ପରିଶ୍ରମ କରି ପାଠପଢିବା ପରେ ଏବେ ଆଇ ଏ ଏସ ପାଇଛି। ଆପଣମାନେ ମଧ୍ୟ ଏହିପରି ପରିଶ୍ରମ କରିଲେ ଆଗକୁ ୫୦ ବର୍ଷ ଖୁସି ରେ ରହିବେ ବୋଲି ପରାମର୍ଶ କରିଥିଲେ। ଗ୍ରାମାଞ୍ଚଳ ର ସ୍ଵତନ୍ତ୍ର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ଧ୍ୟାନ ଦେବା କହିଥିଲେ। ହଜାର ହଜାର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ରୁଣ କିପରି ଦିଆଯିବ ସେଥିପ୍ରତି ପ୍ରଶାସନ ଦାଇତ୍ଵ ବାନ ହେବାପାଇଁ କହିଥିଲେ। ସୋରଡା ଓ ବେଲଗୁଣ୍ଠା ରେ ଦୁଇଟି ଇଣ୍ଡୋର ଷ୍ଟାଡିୟମ ନିର୍ମାଣଧୀନ ରହିଛି ଏବଂ ଯଥା ଶୀଘ୍ର କାମ ସରିବ ଖେଳାଳି ମାନେ ସୁବିଧା ପାଇବେ ବୋଲି କହିଥିଲେ ସଚିବ। ବିଜୁ ସ୍ଵାସ୍ଥ୍ୟକଲ୍ୟାଣ ଯୋଜନା ମାଧ୍ୟମ ରେ କିପରି ହିତାଧିକାରୀ ମାନେ ଲାଭ ପାଉଛନ୍ତି ତାହା କହିଥିଲେ ସଚିବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟବାସୀ ଙ୍କୁ ନୂତନ ସ୍ୱାସ୍ଥ୍ୟ ସେବା ପାଉଥିବା କହିଛନ୍ତି ସଚିବ। ବିଜୁ ଜନତାଦଳ କାର୍ଯ୍ୟଲୟ ନିକଟରେ ଥିବା ହେଳିପେଡ ରେ ସଚିବ ଙ୍କ ହେଲିକପ୍ଟର ୧୨ ଟା ରେ ପହଞ୍ଚିଥିଲା। ହେଳିପେଡ ଠାରୁ ଷ୍ଟାଡିୟମ ସଭା ମାତ୍ର ୧୫୦ ମିଟର ମଧ୍ୟ ରେ ହୋଇଥିବା ବେଳେ ଲୋକେ ନିଜ ନିଜର ଅଭିଯୋଗ ଧରି ହେଲିପେଡ ନିକଟରେ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା। ସହ ସହ ଅଭିଯୋଗ ଧରି ଲୋକେ ସଚିବ ଙ୍କ ନିକଟକୁ ଯାଇଥିଲେ। ସବୁ ସମସ୍ଯା ର ସମାଧାନ ଆସନ୍ତା ୩୦ ଦିନ ମଧ୍ୟ ରେ ହେବ ଏବଂ ସମ୍ପୃକ୍ତ ଅଧିକାରୀ ଙ୍କୁ ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦେଶ ଦିଆଯିବ। ୫ ଟି ସଚିବ ଙ୍କୁ ଦେଖିବା ପାଇଁ ଯୁବ ପିଢୀ ଙ୍କ ମଧ୍ୟ ରେ ବ୍ୟାପକ ଉଚ୍ଛାହ ଦେଖିବାକୁ ମିଳିଥିଲା। ଅଭିଯୋଗ ଶୁଣାଣୀ ସ୍ଥଳ ସେଲଫି ମାନିଆ ରେ ପାଲଟିଥିଲା। ସଚିବ ଙ୍କ ସହ ସେଲ୍ଫି ନେବାପାଇଁ ଯୁବ ଏକ ପ୍ରକାର ପାଗଳ ଥିବା ଦେଖିବାକୁ ମିଳିଥିଲା। ପ[ରାତି ବିଦ୍ୟାଳୟ କୁ ଅନୁଦାନ ମିଳୁଥିବା ବେଳେ ଛାତ୍ରଛାତ୍ରୀ ମାନେ କୋଳାହଳ ରେ ପରିବେଶ କୁ ପ୍ରବଳ ଉଛାହିତ କରୁଥିବା ଦେଖିବାକୁ ମିଳିଥିଲା। ଲୋକଙ୍କ ଗୋଟିଏ ଗୋଟିଏ ଅଭିଯୋଗ କିପରି ସଚିବ ଙ୍କ ନିକଟରେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେଇଥିଲେ ଭି କେ ପାଣ୍ଡିୟାନ। କେତେ ଜଣ ମହିଳା ସାଲିମାଗୋଛା ରୁ ଆସିଥିବା ପଚାରିଥିଲେ ଏବଂ ଯେଉଁମାନେ ଏତେ ଦୂର ରୁ ଖରା ରେ ଆସିଛନ୍ତି ସେମାଙ୍କୁ ସ୍ଵତନ୍ତ୍ର ଧନ୍ୟବାଦ ଦେଇଛନ୍ତି ସଚିବ ପାଣ୍ଡିଆନ। ଗଞ୍ଜାମ ଜିଲ୍ଲା ସୋରଡା ଗସ୍ତ ପାଇଁ ଜିଲ୍ଲାପ୍ରଶାନ ତରଫରୀ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଥିଲା। ଗଞ୍ଜାମ ଏସ ପି ଜଗମୋହନ ମୀନା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ରାଜ୍ୟ କ୍ରିଡା ସଚିବ ଭାନିଲ କ୍ରୀଷ୍ଣା ଙ୍କ ସମେତ ସମସ୍ତ ପଦଧିକାରୀ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲାପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଥିଲା। ୫ ଟି ସଚିବ ଙ୍କ ଏହି ଗସ୍ତ ପାଇଁ ସମ୍ପୂର୍ଣ ସୋରଡା ନିର୍ବାଚନ ମଣ୍ଡଳୀ ମଧ୍ୟ ରେ ଉଛାହ ଦେଖିବାକୁ ମିଳିଥିଲା। ସୋରଡା ରେ ଗତ ଦୁଇଦିନ ଧରି ଲଗାତର ବର୍ଷା ଲାଗିରହିଥିବା ବେଳେ ସଚିବ ଙ୍କ ଏହି ଗସ୍ତ ପାଇଁ ପଦାଧିକାରୀ ମାନଙ୍କୁ ନାକେଦମ ହେବାକୁ ପଡିଥିଲା। ସଚିବ ଙ୍କ ଗସ୍ତ ପରେ ସୋରଡା ମିନି ଷ୍ଟାଡିୟମ ର ବ୍ୟାପକ କ୍ଷତି ହୋଇଥିବା ବେଳେ ଏବ ଆଉ ଏଠାରେ କୌଣସି ଖେଳ ଆୟୋଜନ ହେବ ସମ୍ଭବ ନାହିନ। ତେଣୁ ସଚିବ ଏଥିପ୍ରତି ସ୍ଵତନ୍ତ୍ର ଧ୍ୟାନଦେଇ ଏହାକୁ ପୁଣିଥରେ କ୍ରିଡାଉପଯୋଗୀ କରିବା ପାଇଁ ପଦକ୍ଷେପ ନେବା ର ଆବଶ୍ୟକତା ରହିଛି ବୋଲିଏଠାକାର କ୍ରୀଡାବିତ ମାନେ ଆଶା ରଖିଛନ୍ତି। କ୍ରିଡା ସଚିବ ଭାନିଲ କ୍ରୀଷ୍ଣା କାର୍ଯ୍ୟ କ୍ରମ ରେ ଉପସ୍ଥିତ ଥିବା ବେଳେ ସୋରଡା ଷ୍ଟାଡିୟମ ର ଉନ୍ନତି ପ୍ରତି ଯଥେଷ୍ଟ ଧ୍ୟାନ ଦେବା ପାଇଁ ଆଶା କରିଛନ୍ତି କ୍ରୀଡାବିତ ମାନେ। ପଞ୍ଚାଯତ ପ୍ରତିନିଧି,ସି ଆର ପି, କୃଷିମିତ୍ର,ଆଶକର୍ମୀ,ଅଙ୍ଗନବାଡି କର୍ମୀ ଙ୍କ ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ସଚିବ। ହଷ୍ଟେଲ,ସ୍କୁଲ, ଆହର କେନ୍ଦ୍ର,ଚଳାଇବା ସହିତ ପାଣି ମିଟର ରିଡିଂ ସ୍କୁଲ ପୋଷାଳ ସିଲେଇ ଆଦି ବିଭିନ ସୁଯୋଗ ପ୍ରଦାନ କରିଥିବା କହିଥିଲେ ସଚିବ। ମିସନ ଶକ୍ତି ସହରାଞ୍ଚଳ ମହିଳା ଙ୍କୁ ନୂତନ କର୍ମ ନିଯୁକ୍ତି ପ୍ରଦାନ କରିଥିବା କହିଥିଲେ ସଚିବ। ସବୁଠାରୁ ଗୁରୁତ୍ଵ ହେଲା ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ସୋରଡା ବ୍ଲକ ର ସମସ୍ତ ଉପାନ୍ତ ଅଞ୍ଚଳ କୁ ମାନେ ପକାଇ ସେହି ଗ୍ରାମ ମାନଙ୍କ ରେ କିପରି ବିକାଶ ହୋଇପାରିବ ସେଥିପ୍ରତି ବ୍ଲକ ପ୍ରଶାସନ କୁ ପରାମର୍ଶ କରିଥିଲେ ସଚିବ। ଏ ସବୁ କୁ ବାଦ ଦେଲେ ସୋରଡା ବ୍ଲକ ରେ ଯେତେ ସବୁ ମନ୍ଦିର ଓ ଧର୍ମାନୁଷ୍ଠାନ ସମ୍ବନ୍ଧୀୟ ଆବେଦନ ଦିଆଯାଇଛି ସେ ସବୁ କୁ ୭ ଦିନ ମଧ୍ୟ ରେ ଅନୁଦାନ ଘୋଷଣା କରାଯିବ ବୋଲି କହିଥିଲେ ସଚିବ। ସଚିବ ଙ୍କ ଏହି ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ହଜାର ହଜାର ସଂଖ୍ୟା ରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ବିଦ୍ୟାଳୟ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
ରିପୋର୍ଟ – ନାରାୟଣ ଡାକୁଆ

Leave a Reply

Your email address will not be published. Required fields are marked *