ଅଗଷ୍ଟ୧୭ରେ ପୁରୀ ଆସିବେ ଭିକେ ପାଣ୍ଡିଆନ

ପୁରୀ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ । ଅଗଷ୍ଟ୧୭ ଓ ୧୮ତାରିଖରେ ପୁରୀ ଜିଲ୍ଲା ର ବିଭିନ୍ନ ବ୍ଲକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ଭିକେ ପଣ୍ଡିଆନଙ୍କର । ଅଗଷ୍ଟ ୧୮ ତାରିଖରେ ପୁରୀ ଜିଲ୍ଲା ପିପିଲିର ଇନ୍ଦିରା ମଇଦାନରେ ଏକ ସାଧାରଣ ସଭାରେ ଯୋଗ ଦେବା ସହିତ ମିଶନ ଶକ୍ତି କାଫେ ବୁଲି ମିଶନ ଶକ୍ତି ମହିଳା ଙ୍କ ସହିତ ଆଲୋଚନା କରିବେ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଙ୍କ ଗ୍ରସ୍ତ କୁ ଦୃଷ୍ଟି ରେ ରଖି ମଙ୍ଗଳବାର ଦିନ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭଵତାରଣ ସାହୁ, ପୁରୀ ଏସ୍ ପି ଡକ୍ଟର କନୱର ଵିଶାଲ ସିଂ ପିପିଲି ଗ୍ରସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପିପିଲି ବିଡିଓ ରଶ୍ମିତା ନାଥ, ତହସିଲଦାର ପୁନମ ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ଉକ୍ତ ଦିନ ପୁରୀ ଜିଲ୍ଲାର ପିପିଲି ସମେତ କୃଷ୍ଣ ପ୍ରସାଦ, ବ୍ରହ୍ମଗିରି ବ୍ଲକ ରେ ମଧ୍ୟ ଭିକେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ରହିଛି।