୪୦ ପ୍ରତିଶତ କମିଶନ ମୁକ୍ତ କର୍ନାଟକ ଗଠନ ପାଇଁ ଭୋଟ ଦିଅନ୍ତୁ: ଭୋଟରଙ୍କୁ ରାହୁଲଙ୍କ ଅପିଲ

ବେଙ୍ଗାଲୁରୁ,୧୦।୫ : କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି। ଏହି ସମୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ବୁଧବାର କର୍ନାଟକବାସୀଙ୍କୁ ଏହାକୁ ଏକ ପ୍ରଗତିଶୀଳ ତଥା ” ୪୦ ପ୍ରତିଶତ କମିଶନ ମୁକ୍ତ” ରାଜ୍ୟ ଗଠନ କରିବାକୁ ବହୁ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।

କର୍ନାଟକରେ ଶାସକ ଭାଜପା ଏହାର ଦକ୍ଷିଣ ଭିତ୍ତିଭୂମି ବଜାୟ ରଖି ଇତିହାସ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବାବେଳେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରତ୍ୟାବର୍ତ୍ତନ ଉପରେ ନଜର ରଖିଛି।

’କଂଗ୍ରେସ ୱିନ ୧୫୦’ ହ୍ୟାସଟ୍ୟାଗ ବ୍ୟବହାର କରି ରାହୁଲ ଗାନ୍ଧୀ ହିନ୍ଦୀରେ ଟୁଇଟ କରି କହିଛନ୍ତି, କର୍ନାଟକ ପାଇଁ ପାଞ୍ଚଟି ଗ୍ୟାରେଣ୍ଟି ରହିଛି। ସେଥି ମଧ୍ୟରେ ମହିଳାଙ୍କ ଅଧିକାର, ଯୁବବର୍ଗଙ୍କ ନିଯୁକ୍ତି, ଗରିବଙ୍କ ଉନ୍ନତି ପାଇଁ ଭୋଟ ଦିଅନ୍ତୁ। ଆସନ୍ତୁ, ସର୍ବାଧିକ ସଂଖ୍ୟାରେ। ଭୋଟ ଦିଅନ୍ତୁ। ଆସନ୍ତୁ ଏକ ୪୦ଶତ ପ୍ରତିଶତ କମିଶନ ’ମୁକ୍ତ ଏବଂ ପ୍ରଗତିଶୀଳ କର୍ନାଟକ ଗଠନରେ ମିଳିତ ହୁଅନ୍ତୁ।

Leave a Reply

Your email address will not be published. Required fields are marked *