ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ପଦଯାତ୍ରା

ଢେଙ୍କାନାଳରେ ଆଜି ପୂର୍ବାହ୍ନରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅବବସରରେ ଜିଲ୍ଲାର ବିଦ୍ୟାଳୟମାନଙ୍କର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ସଚେତନ ଧର୍ମୀ ପଦଯାତ୍ରା କରାଯାଇଥିଲା l ଏହି ଯାତ୍ରା ବାଜି ଚୌକ ଠାରୁ ବାହାରି ମିନି ଷ୍ଟାଡ଼ିୟମ ପର୍ଯ୍ୟନ୍ତ ଆସିଥିଲା l ଏହି ପଦଯାତ୍ରାରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଗଣ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ l
Prakash Kumar Patra reporter