ସାତ ନମ୍ବର ୱାର୍ଡ ଗାଦି ଗୋସାଇଁ ପୀଠରେ ପାଳିତ ହେଲା ଅଷ୍ଟମ ପ୍ରହରୀ ନlମଯଜ୍ଞ

ଆନନ୍ଦପୁର ସ୍ଥିତ ସlତନମ୍ବର ୱାର୍ଡର ଗାଦିଗୋସାଇଁ ପୀଠରେ ତିନି ଦିନ ଧରି ଅଷ୍ଟମ ପ୍ରହରୀ ନାମଯଜ୍ଞ ମହା ଆଡମ୍ବରରେ ପାଳିତ ହୋଇଯାଇଅଛି l ଏହି ଗାଡିଗୋସାଇଁ ପୀଠରେ ଦୀର୍ଘ ତିରିଶ ବର୍ଷ ହେବ ଅଷ୍ଟମ ପ୍ରହରୀ ନାମଯଜ୍ଞ ପାଳନ ହେଉଥିବାବେଳେ ସାହିର ମୁରବି ମାନଙ୍କ ସାମୁହିକ ଉଦ୍ୟମ ବଳରେ ଆନନ୍ଦପୁର ଅଂଚଳର ଆଠଗୋଟି ସକ୍ରୀତନ ମଣ୍ଡଳୀ ନାମ ସକ୍ରିତନରେ ଭାଗନେଇ ପୀଠରେ ଆଦ୍ୟାତ୍ମିକ ପରିବେଶ ସୃଷ୍ଟିକରିଥିଲେ l ପ୍ରଥମ ଅଧିବାସଦିନ ନାମ ସକ୍ରୀତନ କରି କଳସ ବୁଡ଼ାହୋଇଥିବାବେଳେ ଦ୍ୱିତୀୟ ଦିନ ଷଡ଼ଙ୍ଗୀ କୀର୍ତ୍ତନ ମଣ୍ଡଳୀ,ଝାଟିକିଟିଆ କୀର୍ତନ ମଣ୍ଡଳୀ, କୋଇଲି ପାଳ କୀର୍ତନ ମଣ୍ଡଳୀ, ନୂଆ ପଦ୍ମପୁର କୀର୍ତନ ମଣ୍ଡଳୀ, ଦୁଡୁଙ୍ଗl କୀର୍ତନ ମଣ୍ଡଳୀ, ପୁରୁଣା ପଦ୍ମପୁର କୀର୍ତନ ମଣ୍ଡଳୀ ଏବଂ ବାରୀଗାଁ କୀର୍ତନ ମଣ୍ଡଳୀ ଦ୍ଵାରା ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇ ତୃତୀୟ ଦିନ ଶେଷ ହୋଇଥିଲା l ଶେଷ ଦିନରେ ଆଠ ଗୋଟି କୀର୍ତନ ଦଳକୁ ନେଇ ନଗର କୀର୍ତନ କରିବା ସହ ପ୍ରଥମେ ମାଳିସାହି, ଅlଳିଆ ସାହି, ବଳଭଦ୍ରପୁର ଶାସନ, ବଡଦାଣ୍ଡ, କଚେରୀ ବସ ଷ୍ଟାଣ୍ଟ ଦେଇ ବ୍ରାମଣୀ ପୀଠ, ପାଟରା ସାହି, ଦଳେଇ ସାହି, ବଜାର ସାହି, କଞ୍ଚ ଛକ, ବଙ୍ଗାଳି ସାହି, ବାରିକ ସାହି ଏବଂ ରାଜପୁତ ସାହି ଦେଇ ପୂଣି ମାଳିସାହି ସ୍ଥିତ ଗାଡିଗୋସାଇଁ ପୀଠକୁ ଫେରି ଦହି ହାଣ୍ଡି ଭାଙ୍ଗି ନାମ ସକ୍ରୀତନ ଶେଷ ହୋଇ ଥିଲା l ଭକ୍ତ ମାନଙ୍କୁ ତିନି ଦିନ ଧରି ପ୍ରସାଦ ସେବନ କରାଯାଇଥିଲା ବେଳେ ବରିଷ୍ଠ କାଯ୍ୟକର୍ତା ଗଦାଧର ରଣା, ସୁଦର୍ଶନ ରଣା, ସନାତନ ବେହେରା, ମନରଞ୍ଜନ ପଟନାଏକ, ମଦନ ପାଣି, ବାବୁ ରଣା, ଡାଡି ଦାସ, ବିଷ୍ଣୁ ବେହେରା, ବାପି ଦାସ, ବଜି ରଥ, ନିଗମାନନ୍ଦ ରଣା, ବାଇଆ ରଣା,ବାପୁ ପାଣି,ଅଭିର୍ନ୍ନ ରଣା, ଦୁଦର୍ଶନ ରଣା, ରାମହରୀ ରଣା, ରମେଶ ଦାସ, ଅମିତ ଦାସ, ରାଜାପ୍ରଭୁ ଦାସ, ଗୋପାଳ ପାଣି, ସାନ ପୁଅ, ଅଚୁତ ରଣା, ବଳିଆ ବେହେରା,ଆଶୁତୋଷ ରଣା, ହିମାଂଶୁ ଶେଖର ଦାସ, ପ୍ରଦୀପ ରଣା, ରାମଚନ୍ଦ୍ର ରଣା, ରୋହିତ ରଣା, କାଳନ୍ଦୀ ବେହେରା, ଦୁର୍ଯୋଧନ ବେହେରା, କୃଷ୍ଣ ରଣା,ଅମର ରଣା ଲିଟୁ ରଣା, କାଠିଆ ବେହେରା, ଲିପୁନ ମିଶ୍ର, ଜଗା ରଣା, ଯୋଗେନ୍ଦ୍ର ରଣା ପ୍ରମୁଖ ସହଯୋଗ କରିଥଲେ l

Leave a Reply

Your email address will not be published. Required fields are marked *