ଜଳସମ୍ପଦ ବିଭାଗ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳିତ
ଜଳସମ୍ପଦ ବିଭାଗ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳିତ।ନିମାପଡା ( ) ନିମାପଡା ଜଳସମ୍ପଦ ବିଭାଗ ପକ୍ଷରୁ ସ୍ଥାନୀୟ ସାଇଲୋଟସ ମଣ୍ଡପ ଠାରେ ଡିଭିଜନ ସ୍ଥୁରୀୟ ପାଣି ପଂଚାୟତ ପକ୍ଷ ପାଳିତ ହୋଇଯାଇଛି।ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବୈକୁଣ୍ଠନାଥ ଦଳେଇଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ପାଣି ପଂଚାୟତ ଯୋଜନା କୁ ସଫଳ କରିବା ସହ ଏହାକୁ ଦୀର୍ଘସ୍ଥାୟୀ କରିବା ଏହାର ମୁଳ ଲକ୍ଷ।ସହଭାଗୀ ଜଳସେଚନ ପରିଚାଳନା ମାଧ୍ୟମରେ ସମସ୍ତେ ମିଳିମିଶି ସେବା ଅଂଚଳରେ ସୁଷମ ତଥା ସମାନୁପାତିକ ଜଳ ବଣ୍ଟନ କରାଯିବା ସହ ଚାଷ ଜମିରେ ଥିବା କ୍ଷେତ୍ରନାଳୀ ନିଷ୍କାସନ ନାଳୀ ଉତ୍ତମ ରକ୍ଷାଣ ବେକ୍ଷଣ ଦ୍ୱାରା ଖରିଫ ଋତୁର ବଳକା ଜଳକୁ ରବି ଋତୁରେ ଉପଯୋଗ କରିବା ପାଣି ପଂଚାୟତର ମୁଖ୍ୟ ଉଦେଶ୍ୟ ଥିବା ଜଳସମ୍ପଦ ବିଭାଗର ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ ଶେଷରେ ଫସଲ ବିବିଧକରଣ, ଅର୍ଥକାରୀ ଫସଲ ଉତ୍ପାଦନ ଜଳବା୍ୟୁ ଅନୁକୂଳ ଚାଷ ପଦ୍ଧତି ଉପଯୋଗ କରି କୃଷକ ସମାଜର ଜୀବନ ଜୀବିକାର ମାନ ବୃଦ୍ଧି ପାଇଁ ସମସ୍ତ ଚେଷ୍ଟା କରିବେ ବୋଲି ଉପସ୍ଥିତ ଥିବା ଚାଷୀ ମାନେ ଶପଥ ଗ୍ରହଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ସାଂସଦ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଓଝା, ଯତୀନ୍ଦ୍ର ସ୍ୱାଇଁ ସୁଦର୍ଶନ ସ୍ୱାଇଁ,କୃଷିବିଭାଗ ଅଧିକାରୀ ପ୍ରିୟବ୍ରତ ପୃଷ୍ଟି, ସହକାରୀ ଯନ୍ତ୍ରୀ ସଂଗ୍ରାମ କେଶରୀ ମହାନ୍ତି, ଯନ୍ତ୍ରୀ ହେମାମାଳିନୀ ପତି, ଯନ୍ତ୍ରୀ ଉମାକାନ୍ତ ବେହେରା,ରାକେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।