ପାରିଗଡ଼ରେ ପାଣିର ସମସ୍ୟା କୁ ନେଇ ପଦାସାହି ଲୋକେ ଏକଜୁଟ

କନ୍ଧମାଳ କୋଟଗଡ଼ ବ୍ଲକର ପାରିଗଡ଼ ପଞ୍ଚାୟତ ଜନସଂଖ୍ୟା କହିଲେ 2800ସହରୁ ଉର୍ଦ୍ଧ ଲୋକ ବିଭିର୍ନ ଜନଜାତି ର ବସ ବାସ କରୁଥିବା ବେଳେ ଗାଁକୁ ଖଣ୍ଡିଏ ଭଲ ରାସ୍ତା ନାହିଁ !ଯେଉଁ ରାସ୍ତା ଖଣ୍ଡିଏ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ମିଳିଥିଲା ତାହାର ଅବସ୍ଥା କହିଲେ ନସରେ !ଗାଁର ଭଲ ମନ୍ଦରେ ଗାଡିଟିଏ ସଠିକ ପହଞ୍ଚି ପାରୁନାହିଁ ଯାହାଦ୍ୱାରା ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି 1969ମସିହାରୁ ଆଜିପର୍ଯନ୍ତ ପାରିଗଡ଼ ଅଞ୍ଚଳ ବାସି ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି !ଏହା ଉପରେ ପ୍ରତ୍ୟକ ଅଫିସ କୁ ଲିଖିତ ଅଭିଯୋଗ କରି ଆସିଥିଲେବି ଫଳ ଶୂନ ଏହି ଖବର ଶୁଣିବା ପରେ ଆମ ରିପୋର୍ଟର ଓ ଅନ୍ୟ ଗଣ ମାଧ୍ୟମ ପହଁଚି ପଚାରି ବୁଝି ଥିଲେ ଦୁଇଟି ୱାର୍ଡ ର ଲୋକଙ୍କୁ ସେମାନେ ଯାହା କୁହନ୍ତି ମଣିଷ ଟିଏ ବଂଚିବାକୁ ପାଣିର ଆବଶ୍ୟକ ଜରୁରୀ ହୋଇଥାଏ ଏଣୁ ଆମକୁପ୍ରଥମେ ପାଣିଟୋପାଏ ଦିଅନ୍ତୁ ପରେ ଅନାନ୍ୟ ସୁବିଧା କରିବେ !ଏପରି କିଛି ଅଭିଯୋଗ ଆସିଛି ପାରିଗଡ଼ ପଦାସାହିରୁ !ଆସନ୍ତୁ ଜାଣିବା କଣ ସେ ଅସୁବିଧା କାହାକୁ ଜଣାଇ ଆଜି ପର୍ଯନ୍ତ ପିଉ ଛନ୍ତି ନାଳ ପାଣି ଦୌଡୁଛନ୍ତି ଡାକ୍ତର ଖାନାକୁ !କେତେ ମଲେଣି ତ କେତେ ବଞ୍ଚି ଛନ୍ତି ଏଣୁ ସେମାନଙ୍କୁ ମୌଳିକ ସୁବିଧା ଦେବା ନେଇ ପ୍ରତିକ୍ରିୟା ରଖିଛନ୍ତି ।

Leave a Reply

Your email address will not be published. Required fields are marked *