ଶାଳପଡା ବୈତରଣୀ ଜଳସେଚନ ବିଭାଜନ ତରଫରୁ ପାଣିପାଞ୍ଚାୟତ ପକ୍ଷ ପାଳନ
** ଆନନ୍ଦପୁର :୨୨/୧୨:ଓଡିଶା ସରକାରଙ୍କ ନିର୍ଦ୍ଦେଶରେ ଓଡିଶା ଜଳସମ୍ପଦ ବିଭାଗ ତରଫରୁ ଆଜି ଶାଳପଡା ଜଳସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ଉପ ସହକାରୀ ଯନ୍ତ୍ରୀ ଦୀପ୍ତି ରଞ୍ଜନ ରାଉତ ଙ୍କ ସଭାପତିତ୍ଵରେ ପରିଚାଳିତ ପାଣି ପଂଚାୟତ ପକ୍ଷ କୃଷକ ମାନଙ୍କର ଜଳ ଜୀବନ ମିଶନ ଅନୁଷ୍ଠିତ ହୋଇଥିଲା।ଏହି ପାଣିପାଞ୍ଚାୟତ ପକ୍ଷ ପାଳନ ଶିବିରରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଶ୍ରୀ ଯୁକ୍ତ ଅଭିମନୁ ସେଠୀ ଯୋଗ ଦେଇଥିବା ବେଳେ ସନମାନୀୟ ଅତିଥି ଭାବେ ହାଟଡିହି ବ୍ଲକ ଅଦକ୍ଷl ଶ୍ରୀମତୀ ସାବିତ୍ରୀ ସେଠୀ, ଶାଳପଡା ଜଳସମ୍ପଦ ବିଭାଗର ଏସ ଇ ଶ୍ରୀଯୁକ୍ତ ଲକ୍ଷ୍ମଣ ମାରାଣ୍ଡି , ସହକାରୀ ଯନ୍ତ୍ରୀ ରୂପ ଶିଙ୍ଗ ପିଙ୍ଗୁଆ ସହ ଅନେକ କୃଷି ବିଭାଗ ଅଧିକାରୀ ଯୋଗ ଦେଇଥିଲେ l ସଭା ଆରମ୍ବରୁ କୃଷକ ମାନେ ନିଜ ବକ୍ତବ୍ୟ ରେ ବହୁ ଅଭିଯୋଗ ମୁଖ୍ୟ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲ।ଏହି କମିଟିରେ ସଭାପତି, ଉପ ସଭାପତି,ସାଧାରଣ ସମ୍ପାଦକ ଓ କୋଷାଧ୍ୟକ୍ଷ ଆଦି ପଦାଧିକାରୀ ସହିତ ଅନେକ କୃଷକ ଯୋଗ ଦେଇଥିଲେ ।କୃଷକ ଅଭିଯୋଗ ମୁତାବକ ବୈତରଣୀ ଡିଭିଜନ ଅଣ୍ଡରରେ ୪୯ହେକ୍ଟର ଜମି ଥିଲାବେଳେ ୭୮ଗୋଟି ପାଣିପାଞ୍ଚାୟତ ଥିଲାବେଳେ ସେଥିମଧ୍ୟରୁ ୪୦ଗୋଟି ପାଣିପାଞ୍ଚାୟତ କାଁ ଭାଆଁ ଚାଲୁଚି, ଅବଶିଷ୍ଟ ୩୮ଗୋଟି ପାଣି ପଂଚାୟତରେ କୋଣସି ମାଇନର ଓ ସବ ମାଇନର କେନାଲରେ ଜଙ୍ଗଲ ମାଡିଯାଇଥିବାରୁ ପାଣି ଉପର ମୁଣ୍ଡରୁ ତଳ ମୁଣ୍ଡକୁ ଯାଇପାରୁନାହିଁ, l କେନାଲ ମଧ୍ୟରେ କୋଣସି ଫୁଟ ବ୍ରିଜ ନଥିବାରୁ ଚାଷୀ ମାନେ ଏପଟରୁ ସେପଟକୁ ଯାଇପାରୁନାହାନ୍ତି l ଏହା ସହିତ ପାଣିପାଞ୍ଚାୟତ କର୍ମୀ ମାନଙ୍କୁ ଗ୍ରାଣ୍ଟିନେଟ ଫଣ୍ଡ ନ ମିଳିବା ସହିତ ଦୀର୍ଷ୍ଟିବୂଟାରୀ କମିଟି ଗଠନ କରାଯାଇ ପାରୁନାହିଁ l ବନ୍ତ ବ୍ଲକରେ ପଦକଣା ମାଇନର ର ନିତ୍ୟ ବେବହାର ରାସ୍ତା ୧୪୦୦ରୁ ୨୯୦୦ ପଯ୍ୟନ୍ତ ରାସ୍ତା ଟି ଅତ୍ୟନ୍ତ ଶୋଚନୀୟ ହୋଇଯାଇଥିବାବେଳେ ରାସ୍ତା ପ୍ରତି ଦୃଷ୍ଟି ଦିଆଯାଉନାହିଁ l ଉପଖଣ୍ଡର ଚାଷୀ ମାନେ ଏହିପରି ଅନେକ ଅଭିଯୋଗ ମୁଖ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ପାଣିପାଞ୍ଚାୟତ ପକ୍ଷ ପାଳନ ଶାନ୍ତି ଶୃଙ୍ଖଳlରେ ଶେଷ ହୋଇଥିଲା l