ବୋତଳମାରେ ପାନୀୟଜଳଯୋଗାଣ ବନ୍ଦ


ସରକାରଙ୍କ ଗ୍ରାମ୍ୟଜଳଯୋଗାଣ ଓ ପରିମଳ ବିଭାଗ ତରଫରୁ ଖୋର୍ଦ୍ଧାଜିଲା ବେଗୁନିଆବ୍ଲକର ବୋତଳମା ଗ୍ରାମପଂଚାୟତ ଅନ୍ତର୍ଗତ ବୋତଳମା ଗ୍ରାମକୁ ପାନୀୟଜଳ ଯୋଗାଣ କରାଯାଇଛି।ଏହି ପାନୀୟଜଳଯୋଗାଣ ଏକସପ୍ତାହହେବ ସ୍ବତଃପ୍ରବୃତଭାବେ ବନ୍ଦ ରହିଛି। ଏଥିରେ ସ୍ମାର୍ଟମିଟର ଲଗାଯାଇଥିବାରୁ ଏହା ସ୍ଭତଃଭାବେ ବନ୍ଦ ହୋଇଯାଇଛି। ପଂଚାୟତରେଥିବା ପାନୀୟ ଜଳଯୋଗାଣ ବାବଦ ବୈଦ୍ୟୁତିକ ବିଲ ପଂଚାୟତ ତରଫରୁ ପ୍ରଦାନ କରାଯାଇଥାଏ।ପଂଚାୟତରେ ରେଜୁଲେସନ କରାଯାଇ ପଂଚାୟତ ସରପଂଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସ୍ୱାକ୍ଷରରେ ପଇଠ ଜରାଯାଇଥାଏ। ପଂଚାୟତରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ କୁମାର ବାରିକ ବ୍ଲକ କାର୍ଯ୍ୟନିର୍ବାହୀଅଧିକାରୀସଂଘ ସହ ଅନଶନରେ ଗତ ୧୮ତାରିଖରୁ ରହିଥିବାରୁ ବୈଦ୍ୟୁତିକ ବିଲ ପଇଠ କରିବା ସମ୍ଭବ ହୋଇ ପାରୁନଥିବା ସରପଂଚ ପ୍ରମୋଦ କୁମାର ଦଳେଇ ଜଣାଇଛନ୍ତି। ସେହିପରି ଏହି ପଂଚାୟତ ଅନ୍ତର୍ଗତ ଆଖୁପଦରଠାରେଥିବା ପାନୀୟ ଜଳଯୋଗାଣ ପ୍ରକଳ୍ପର ପୂର୍ବପଟ ପ୍ରାଚୀର ଭୂଷୁଡି ପଡିଥିବାରୁ ଏହା ବୁଲାଗୋରୁଙ୍କ ଚାରଣ ଭୂଇଁସହ ମଦ୍ୟପଙ୍କ ଆଡାସ୍ଥଳି ପାଲଟିଛି। ବିଭାଗୀୟ ଉଚ୍ଚ କର୍ତୁପକ୍ଷ ତୁରନ୍ତ ଦୃଷ୍ଠିଦେଇ ନିରପେକ୍ଷ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *