ଅଲାରନାଥ ମହାବିଦ୍ୟାଳୟ ନିକଟ ଅଂଚଳରେ ଚଢ଼ାଉ

ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷିକା ଶ୍ରୀମତୀ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମଗିରି ଥାନା ଅଧୀନରେ ଥିବା ଅଲାରନାଥ ମହାବିଦ୍ୟାଳୟ ନିକଟ ଅଂଚଳରେ ଚଢ଼ାଉକରି ,ଆସାମୀ – ଦୀପ୍ତି ରଞ୍ଜନ ସେଠୀ ,ବୟସ – ୨୭ବର୍ଷ , ପିତା -Banamali ସେଠୀ, ଗ୍ରାମ-ଗୋପ ନୂଆସାହି, ଥାନା- ବ୍ରହ୍ମଗିରି ଙ୍କୁ ଗିରଫ କରି ତାଙ୍କ ଠାରୁ ୧୦୨ ଗ୍ରାମ ହିରୋଇନ୍ ଜବତ କରାଯାଇଛି ଏବଂ ଜିଲ୍ଲା ସଦର ରେଞ୍ଜ କେସ ନଂ -୯୦/୨୩-୨୪ରୁଜୁ କରି କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କlରଗlରକୁ ପଠାଯାଇଛି. ଜବତ ହିରୋଇନ୍ ର ମୂଲ୍ୟ ପ୍ରାୟ ୧,୨୦,୦୦୦/-ଟଙ୍କାରୁ ଉର୍ଦ୍ଧ ହେବ. ଏହି ଚଢ଼ାଉରେ ଅବକାରୀ ଏ ଏସ ଇ ମାନସ ମିଶ୍ର, ପୁନଚନ୍ଦ୍ର ନାୟକ ଏବଂ କର୍ମଚାରୀ , ଅଭିଜିତ ପ୍ରଧାନ,ଫିରୋଜ ମହାନଦୀଆ, ସଞ୍ଜପ୍ ହସ୍ତି, ଜ୍ୟୋତିସ୍ମିତା ଡାଙ୍ଗୁଆ ପ୍ରଧାନ ସାମିଲ ଥିଲେ.