ବିଶ୍ବ ଧନୀମାନଙ୍କ ସମ୍ପତ୍ତି ହ୍ରାସ ବେଳେ ଭାରତୀୟଙ୍କ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ବର ବଡ଼ ବଡ଼ ଧନୀମାନଙ୍କ ସମ୍ପତ୍ତିରେ ହ୍ରାସ ଘଟୁଥିବା ବେଳେ ଭାରତୀୟ ଧନୀମାନଙ୍କ ସମ୍ପତ୍ତିରେ ବୃଦ୍ଧି ଘଟୁଛି। ଗତ ୨୪ ଘଣ୍ଟା ଭିତରେ ବର୍ନାର୍ଡ ଆର୍ନଲ୍ଟ, ଏଲନ୍ ମସ୍କ, ଜେଫ୍ ବେଜୋସ୍, ୱାରେନ୍ ବଫେ ଓ ବିଲ୍ ଗେଟ୍ସଙ୍କ ଭଳି ବିଶ୍ୱର ପ୍ରମୁଖ ଧନୀ ବ୍ୟକ୍ତି ମାନଙ୍କର ସମ୍ପତ୍ତି ହ୍ରାସ ପାଇଛି। ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ସମ୍ପତ୍ତି ୧,୬୩,୯୦୯ କୋଟି ଟଙ୍କା ହ୍ରାସ ପାଇଛି। ବିଶ୍ବର ଏକ ନମ୍ବର ଧନୀ ବର୍ନାର୍ଡ ଆର୍ନଲ୍ଟଙ୍କ ସମ୍ପତ୍ତି ୯୨ ହଜାର କୋଟି ଟଙ୍କା କମିଛି। ଟେସ୍ଲାର ମୁଖ୍ୟ ଏଲନ୍ ମସ୍କଙ୍କ ସମ୍ପତ୍ତି ୧୮,୩୫୦ କୋଟି ଟଙ୍କା କମିଛି। ୱାରେନ୍ ବଫେଙ୍କ ସମ୍ପତ୍ତିରେ ୧୮,୧୦୨ କୋଟି ଟଙ୍କା ହାସ ଘଟିଛି। ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ସମ୍ପତ୍ତି ୮,୨୬୬ କୋଟି ଟଙ୍କା କମିଛି।