ସ୍ବାଗତ ସମ୍ବର୍ଦ୍ଧନା

ନବବର୍ଷରେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ତାଙ୍କ ରାଉରକେଲା ଗସ୍ତ କାଳରେ ଯୋଡା ପୌରାଞ୍ଚଳର କଳାପାହାଡ ଛକରେ ଯୋଡା ବଜେଡି ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସୋମବାର ଅପରାହ୍ନ ୪ଟାରେ ବରିଷ୍ଠ ବିଜେଡି କର୍ମୀ ତଥା ପୂର୍ବତନ କାଉନସିଲର ଜିତେନ୍ଦ୍ର ଜୟସ୍ବାଲଙ୍କ ନେତୃତ୍ଵରେ ଉପାଧ୍ୟକ୍ଷା ସନ୍ଧ୍ୟା ପାତ୍ର ସମେତ ସମସ୍ତ ବିଜେଡି କାଉନସିଲର,ବିଜେଡି ସଙ୍ଗଠକ, କର୍ମୀ,ଯୁବ ଛାତ୍ର ନେତା,ଏସଏଚଜି ମହିଳା, ମିଶନ ଶକ୍ତିର ମହିଳା ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଜୟ ବିଜେଡି ଧ୍ବନୀ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେ ଏକ ଦଳୀୟ କାର୍ଯ୍ୟରେ ରାଉରକେଲା ଗସ୍ତ କରୁଥିବା ବେଳେ କିଛି ସମୟ ପାଇଁ କଳାପାହାଡ଼ ଛକରେ ଅଟକି ଯୋଡାର କର୍ମୀ ମାନଙ୍କ ଦ୍ବାରା ଆୟୋଜିତ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ଏକ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ଭିତରେ ସେ ଉପସ୍ଥିତ ନିଜର ସହକର୍ମୀ ତଥା ଯୋଡା ବିଜେଡିର ଦାୟିତ୍ୱରେ କର୍ମୀ ସଂଗଠକଙ୍କ ସହ କିଛି କ୍ଷଣ ବିତାଇବା ପରେ ପୁଣି ଥରେ ରାଉରକେଲା ଅଭିମୁଖେ ଯାତ୍ରା କରିଥିଲେ । ତାଙ୍କର ଏହି ଯୋଗଦାନରେ ଯୋଡାର ସମସ୍ତ କର୍ମୀ ମହଲରେ ଏକ ଉତ୍ସାହର ନବ ପ୍ରେରଣା ଜାଗ୍ରତ ହୋଇଥିବା ପ୍ରକାଶ ପାଇଛି ।

ଯୋଡ଼ାରୁ ଭଗବାନ ଗିରିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *