ଯୁକ୍ତ ତିନି ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଜଗତସିଂହପୁର ଜିଲ୍ଲା ଆଶ୍ରମ ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ର ଯୁକ୍ତ ତିନି ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ, ଶିକ୍ଷାବିତ ଵିଜୟ କୁମାର ପତି, ନିରଂଜନ ସମନ୍ତସିଂହାର , ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ସାହୁ, ନିବେଦିତା ମହାନ୍ତି, ଦିଲ୍ଲୀପ କୁମାର ଆଚାର୍ଯ୍ୟ, ବିପିନ ବିହାରୀ ପାତ୍ର, ଶ୍ରୀନିବାସ ଦାଶ୍, ସ୍ମୃତି ରଂଜନ ରାୟ ଓ ନମିତା ସାହୁ ପ୍ରମୁଖ ଯୋଗ ଦେଇ ଯୁକ୍ତ ତିନି ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ତାଙ୍କର ଉଜ୍ଜ୍ୱଳ ଭଭିଷ୍ୟତ କାମନା କରିଥିଲେ । ତେବେ ଆଜିର ଦିନରେ ଭଲ ପାଠ ପଢିବା ସହିତ ଜଣେ ଭଲ ମଣିଷ ହେବାପାଇଁ ଶପଥ ନେବା ବୋଲି ଅତିଥି ମାନେ କହିଛନ୍ତି ।
ଜଗତସିଂହପୁର ରୁ ରୀତା ସାହୁଙ୍କ ରିପୋର୍ଟ
