ସରକାରୀ ଉଚ୍ଚ ବିଦ୍ୟାଳୟ ପିଙ୍ଗୁଆ ରେ ସ୍ବାଗତ ସମ୍ବର୍ଦ୍ଧନା ସମାରୋହ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ସର୍ବ ପୁରାତନ ବିଦ୍ୟାଳୟ ସରକାରୀ ଉଚ୍ଚ ବିଦ୍ୟାଳୟ ପିଙ୍ଗୁଆ ରେ ସ୍ବାଗତ ସମ୍ବର୍ଦ୍ଧନା ସମାରୋହ ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଡିସେମ୍ବର ମାସ ଏକୋଇଶି ତାରିଖ ଅପରାହ୍ନ ରେ ଅନୁଷ୍ଠିତ ଉତ୍ସବ ରେ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅତିଥି ଶିକ୍ଷକ ପ୍ରକୃତିବନ୍ଧୁ ହରିହର ସାହୁ ଶିକ୍ଷକ ପ୍ରକାଶ ବାରିକ ଶ୍ରୀକାନ୍ତ ନାୟକ ଶିକ୍ଷୟିତ୍ରୀ ପଦ୍ମିନୀ ତରାଇ , କାର୍ଯ୍ୟାଳୟ ସହାୟକ ହୃଷୀକେଶ ଦାସ, କର୍ମଚାରୀ ତ୍ରିଲୋଚନ ନାୟକ, ଶିକ୍ଷକ ତରୁଣ ବାରିକ ଶିକ୍ଷୟିତ୍ରୀ ମିନତି ସାହୁ, ମାଳତୀ ବେହେରା ନୂତନ ଭାବେ ଯୋଗଦାନ କରିଥିବା ସ୍ନାତକ ଶିକ୍ଷା ଶିକ୍ଷକ ପବିତ୍ର ମୋହନ ପ୍ରଧାନ ଓ ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ପୂଜା ପ୍ରଧାନ ଙ୍କୁ ସ୍ବାଗତ କରାଯାଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଓ ଅତିଥି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରକୃତି ବନ୍ଧୁ ଶ୍ରୀ ସାହୁ ଙ୍କ ଦ୍ଵାରା ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜଣାଯାଇଥିଲା।

Leave a Reply

Your email address will not be published. Required fields are marked *