ପ୍ରାଣିବିଜ୍ଞାନ ବିଭାଗର ନବାଗତଙ୍କ ପାଇଁ ସ୍ବାଗତ ସମ୍ବର୍ଦ୍ଧନା ତଥା ପାଠଚକ୍ର

ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ପ୍ରାଣି ବିଜ୍ଞାନ ବିଭାଗର ନବାଗତ ଯୁକ୍ତ ତିନି ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ପାଠଚକ୍ର ଆୟୋଜନ କରାଯାଇଥିଲା ତତ୍ ସଙ୍ଗେ ସେମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରାଣି ବିଜ୍ଞାନ ବିଭାଗର ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ. ତ୍ରିପାଠୀ ଆଶୀର୍ବଚନରେ ନବାଗତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରିଥିଲେ ଏବଂ ସ୍ବାଗତ ଭାଷଣ ରଖିଥିଲେ। ମହାବିଦ୍ୟାଳୟର ସମସ୍ତ ନିୟମରେ ନିଜକୁ ଶୃଙ୍ଖଳିତ ରଖି ପାଠ୍ୟକ୍ରମ ସହିତ ଅନ୍ୟାନ୍ୟ ପଠନ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ମଧ୍ୟ ନିଜକୁ ଅଂଶୀଦାର କରିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ। ବିଭାଗମୁଖ୍ୟ ଡ. ବସନ୍ତ କୁମାର ଆଚାରୀ ପାଠଚକ୍ର ସଂଯୋଜନା କରିଥିଲେ। ଅଧ୍ୟାପିକା ଶୈଲ କୁମାରୀ ଝା ପାଠଚକ୍ରର ମୁଖ୍ୟ ଉଦ୍ଦେଶ୍ୟ ପ୍ରତିପାଦନ କରିଥିଲେ। ନବାଗତ ପ୍ରାଣି ବିଜ୍ଞାନୀ ଛାତ୍ରଛାତ୍ରୀମାନଙ୍କୁ ପ୍ରାଣି ବିଜ୍ଞାନରେ ବିଭିନ୍ନ ପ୍ରକାରର ଚାକିରି ସମ୍ବନ୍ଧୀୟ ସବିଶଦ୍ ବିବରଣି ପ୍ରଦାନ କରିଥିଲେ ଏବଂ ଶୃଙ୍ଖଳା ଦ୍ବାରା ମହାବିଦ୍ୟାଳୟର ସୁନାମ ବଜାୟ ରଖିବା ପାଇଁ ନିଜ ବ୍ୟକ୍ତବ୍ୟରେ ସମସ୍ତଙ୍କୁ ଆହ୍ବାନ କରିଥିଲେ। ଉକ୍ତ ବିଭାଗର ଯୁକ୍ତ ତିନି ୨ୟ ଓ ୩ୟ ବର୍ଷର ବିଦ୍ୟାର୍ଥୀମାନେ ସମସ୍ତ ନବାଗତ ପ୍ରାଣି ବିଜ୍ଞାନୀ ଛାତ୍ରଛାତ୍ରୀଙ୍କୁ ଭାଇଚାରର ବାର୍ତ୍ତା ଦେଇ ସହଯୋଗ କାମନା କରିଥିଲେ। ନବାଗତ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ବରେ ବରିଷ୍ଠ ଛାତ୍ରଛାତ୍ରୀମାନେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ପରିଶେଷରେ ବିଭାଗୀୟ ଅଧ୍ୟାପିକା ଶ୍ରୀମତୀ ଝା ସମସ୍ତଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ।

Ranjan Kumar raout

Leave a Reply

Your email address will not be published. Required fields are marked *