ଆସନ୍ତୁ ଜାଣିବା ସରସ୍ୱତୀ ପୂଜା ଦିନ କ’ଣ କରିବା ଉଚିତ୍ ଓ ଅନୁଚିତ୍

ଆଜି ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା। ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟା ଓ ବୁଦ୍ଧିର ଦେବୀ ମା’ସରସ୍ୱତୀଙ୍କ ଉପାସନା କରାଯାଏ। ଏହି ଉପାସନା ପର୍ବକୁ ଅନେକ ସ୍ଥାନରେ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ। କୁହାଯାଏ, ମା’ ବାଗ୍ଦେବୀଙ୍କୁ ପୂଜା କଲେ ବିଦ୍ୟା ଓ ବୁଦ୍ଧି ଲାଭ ହୁଏ।
ହିନ୍ଦୁ ଧର୍ମ ଅନୁସାରେ, ବସନ୍ତ ପଞ୍ଚମୀର ବହୁତ ମହତ୍ୱ ଅଛି। ଶାସ୍ତ୍ର ଅନୁସାରେ, ବସନ୍ତ ପଞ୍ଚମୀ ଦିନ ମା’ ସରସ୍ୱତୀ ଜନ୍ମଗ୍ରହଣ କରିଥିଲେ।

ବସନ୍ତ ପଞ୍ଚମୀର ଶୁଭ ମୁହୁର୍ତ୍ତ ଫେବୃଆରୀ ୧୬, ମଙ୍ଗଳବାର ସକାଳ ୩ଟା ୩୫ମିନିଟ୍ରୁ ଆରମ୍ଭ ହୋଇ ଫେବୃଆରୀ ୧୭ ସକାଳ ୫ଟା ୪୫ ମିନିଟ୍ରେ ସମାପ୍ତ ହେବ।
ବସନ୍ତ ପଞ୍ଚମୀ ଦିନ କ’ଣ କରିବା ଉଚିତ୍ ଓ ଅନୁଚିତ୍….
- ଏହିଦିନ କୌଣସି ଅପଶବ୍ଦ ବ୍ୟବହାର କରନ୍ତୁ ନାହିଁ।
- କୌଣସି ଲୋକଙ୍କ ସହ ଏହି ଦିନ ବାଦ-ବିବାଦ କରନ୍ତୁ ନାହିଁ।
- ଆମିଷ ଭୋଜନ କରନ୍ତୁ ନାହିଁ।
- ଏହି ଦିନରେ ପିତୃ ତର୍ପଣ କରାଯାଇଥାଏ।
- ବସନ୍ତ ପଞ୍ଚମୀ ଦିନ ସ୍ନାନ କରିବା ପରେ ଭୋଜନ ଗ୍ରହଣ କରନ୍ତୁ।
- ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତୁ।
- ଏହି ଦିନରେ କୌଣସି ବୃକ୍ଷଲତା କାଟନ୍ତୁ ନାହିଁ।
- ବସ୍ତ୍ର, ଭୋଜନ ଦାନ କରନ୍ତୁ।
- ସକାଳୁ ଉଠି ପିତାମାତାଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ।
ପୁରାଣରେ ସରସ୍ୱତୀଙ୍କ ବିଷୟରେ ଭିନ୍ନ ଭିନ୍ନ ମତ ଶୁଣିବାକୁ ମିଳିଥାଏ। ଗୋଟିଏ ଉପାଖ୍ୟାନରେ ବର୍ଣ୍ଣିତ ଅଛି, ମା’ ସରସ୍ୱତୀଙ୍କୁ ବ୍ରହ୍ମା ନଜ ମୁହଁରୁ ପ୍ରକଟ କରଥିଲେ। ଅନ୍ୟ ଏକ ପୌରାଣିକ ଉପାଖ୍ୟାନ ଅନୁସାରେ ଦେବୀ ମହାଲକ୍ଷ୍ମୀ (ଲକ୍ଷ୍ମୀ ନୁହେଁ) ଙ୍କର ଏକ ରୂପ ସରସ୍ୱତୀ।