ପୁଣି ବନ୍ଧା ହେଲେ ଧଳା ଜହର ବେପାରୀ

ଢେଙ୍କାନାଳ ,ପୁଣି ବନ୍ଧା ହେଲେ ଧଳା ଜହର ବେପାରୀ


ଢେଙ୍କାନାଳ ଟାଉନ ଓ ଏହାର ଆଖ ପାଖ ଅଂଚଳରେ ଧଳା ଜହର କାରବାର ଦିନକୁ ଦିନ ବଢୁ ଥିବା ବେଳେ ଏହି ବ୍ରାଉନ ସୁଗାର ଯୋଗୁ ଯୁବକ ମାନେ ନିଶାସକ୍ତ ହୋଇ ଜୀବନ ନଷ୍ଟ ହେଉଥିଲା ବେଳେ ଏହାକୁ ନେଇ ଅବକାରୀ ବିଭାଗ ଓ ପୋଲିସ ବିଭାଗ ଚିନ୍ତା ବଢ଼ି ଯାଇଛି l
ଏଥିପାଇଁ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ରାଧାକୃଷ୍ଣ ବଜାରରୁ ୪୦ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହିତ ଅଭିଯୁକ୍ତ ରାହୁଲ ସାହୁକୁ ସମ୍ବଲପୁର ଏକ୍ସସାଇଜ ଗୁଇନ୍ଦା ଟିମ ପକ୍ଷରୁ ରାଧାକୃଷ୍ଣ ବଜାରରେ ଚଢାଉ କରି ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ରାହୁଲ ସାହୁ ମାଣ୍ଡବା ସାହିର ବୋଲି ଜଣାପଡିଛି। ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୁଲ୍ୟ ୪ଲକ୍ଷ ଟଙ୍କା l ଗତ ଦୁଇ ଦିନ ହେଲା ସମ୍ବଲପୁର ଏକ୍ସସାଇଜ କମିଶନର ରାଜେନ୍ଦ୍ର ଭୋତ୍ରା ଙ୍କ ପ୍ରତକ୍ଷ ତତ୍ୱାବଧାରେ ଏହି ସର୍ଚ୍ଚ ଅପରେସନ ଚାଲୁ ରହିଥିଲା l ଏକ୍ସସାଇଜ inspector ପ୍ରମୋଦ ପଣ୍ଡା ଏହି ବ୍ରାଉନ ସୁଗାର କାରବାର ଲିପ୍ତ ଥିବା ଯୁବକକୁ ଆଜି ସକାଳେ ମlଣ୍ଡପା ସହି ନିକଟରେ ଥିବା ଏକ ମଠ ରୁ କାବୁ କରିଥିଲେ l ଏହି କାରବାରରେ ଆହୁରି ଅନେକ ଯୁବକ ସଂଶ୍ଲିଷ୍ଟ ରହିଛନ୍ତି ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କମିଶନର ଭୋତ୍ରା କହିଛନ୍ତି

ପ୍ରକାଶ କୁମାର ପାତ୍ର
କାମାକ୍ଷାନଗର

ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *