ଉନ୍ନତି ନାମ ରେ ଚାଲିଛି ବ୍ୟାପକ ଦୁର୍ନୀତି

ଭଦ୍ରକ:= ଉନ୍ନତି ନାମ ରେ ଚାଲିଛି ମହା ଦୁର୍ନୀତିର ଗନ୍ତାଘର ପାଲଟିଛି ଭଦ୍ରକ ବିଧାନସଭା କ୍ଷେତ୍ର ର ବ୍ଲକ ଓ ପୌର କାର୍ଯ୍ୟାଳୟ ଏଠାରେ ବିନା ପିସି ରେ କୌଣସି କାମ ହେଉନାହଁ ପିସି ପରିଣାମ ଏତେ ଅଧିକ ହୋଇଯାଇଛି ଯେ କାର୍ଯ୍ୟାଦେଶ ପାଇଥିବା ଠିକାଦାର ବ୍ଯକ୍ତି ବିଶେଷ ନିଜ ପେଟ ପାଟଣା କୁ ଚାହିଁ ନିମ୍ନ ମାନର କାର୍ଯ୍ୟ କରିବାକୁ ବାଧ୍ଯ ହେଉଛନ୍ତି ଯାହାର ଜ୍ବଳନ୍ତ ପ୍ରମାଣ ହେଉଛି ବହୁ ଲକ୍ଷ ଟଙ୍କା ରେ ମା’ ଭଦ୍ରକ କାଳୀ ପୀଠ ପରିସରରେ ନିମିତ୍ତ ପୋଖରୀର ପାଚେରିର ଧସି ପୋଖରୀ ଗର୍ଭ କୁ ଚାଲିଯିବା ଅନୁରୁପ ଏରଡା ଠାରେ ମଧ୍ଯ ଏକ ପୋଖରୀର ପାଚେରି ଧସିବା ଘଟଣା ମଧ୍ଯ ନିମ୍ନ ମାନର କାର୍ଯ୍ୟ ସମ୍ପର୍କ ରେ ସୂଚନା ଦେଉଛି ୨୦୧୯ ସାଧାରଣ ନିର୍ବାଚନ ପରେ ଭଦ୍ରକ ବ୍ଲକ ଓ ପୌରାଞ୍ଚଳ ରେ ଯେତିକି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ସେ ସବୁ ଉପରେ ନିରପେକ୍ଷ ମତ ରଖି ଭଦ୍ରକ ବାସୀଙ୍କୁ ନିଜ ସ୍ବଚ୍ଛତା ର ପ୍ରମାଣ ଭଦ୍ରକ ବିଧାୟକ ଦେବା ଉଚିତ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ବିଧାନସଭା କ୍ଷେତ୍ର ର କଂଗ୍ରେସ ନେତା ନଳିନୀ ମହାନ୍ତି ଏ କଥା କହିଛନ୍ତି ସେ ଆହୁରି ମଧ୍ଯ କହିଛନ୍ତି ଯେ ବିଭିନ୍ନ ପ୍ରକଳ୍ପ ଟେଣ୍ଡର ସମେତ ଏଫ-ଟୁ ନାମରେ କେତେ କାର୍ଯ୍ୟାଦେଶ ଜାରି କରାଯାଇଛି ସେ ସମସ୍ତ ତଥ୍ୟ ଜିଲ୍ଲା ପ୍ରଶାସନ ଭଦ୍ରକ ବାସୀ ଙ୍କ ଉଦ୍ଦେଶ୍ଯ ଅବଗତ କରୁ କାରଣ ଏହା ଜାଣିବାର ଅଧିକାର ଭଦ୍ରକ ବାସୀଙ୍କର ରହିଛି ବିଧାୟକ ସବୁ ସମୟ ରେ କହୁଛନ୍ତି ତାଙ୍କ ସମୟ ରେ ୬ଶହ କୋଟି ରୁ ଉର୍ଦ୍ଧ ଟଙ୍କାର କାମ ହୋଇଛି କିନ୍ତୁ ଏତେ ଅର୍ଥ ଉନ୍ନୟନ ପାଇଁ ଖର୍ଚ୍ଚ ହୋଇଥିଲେ ମଧ୍ଯ ଗୋଟିଏ ବି ଆଖିଦୃଶିଆ କାମ ହୋଇନାହଁ ବରଂ ଭଦ୍ରକ ବ୍ଲକ ରେ ଓ ପୌରାଞ୍ଚଳ ରେ ବିଭାଗୀୟ କାର୍ଯ୍ୟ ନାମ ରେ ଦଳୀୟ କର୍ମୀମାନଙ୍କୁ ସରକାରୀ ଅର୍ଥ ଆତ୍ମସାତ କରିବାର ସୁଯୋଗ ସୃଷ୍ଟି କରାଯାଇଛି ଗତ ସାଧାରଣ ନିର୍ବାଚନ ରେ ଭଦ୍ରକ କୁ ସ୍ମାର୍ଟ ସିଟି କରିବାକୁ ପ୍ରତିଶୃତି ଦେଇଥିଲେ ବର୍ତ୍ତମାନ ର ବିଧାୟକ ସଞ୍ଜୀବ ମଲ୍ଲିକ ଏଥିସହିତ ଭଦ୍ରକ ରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ସମେତ ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ସେ ନିର୍ଭର ପ୍ରତିଶୃତି ଦେଇ ଭଦ୍ରକ ବାସୀ ଙ୍କୁ ପ୍ରତାରଣା କରିଛନ୍ତି ଭଦ୍ରକ ପୌରାଞ୍ଚଳ ର ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ,ମୋଚି ଛକ ଠାରୁ ମା’ ଭଦ୍ରକାଳୀ ପୀଠ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଅବସ୍ଥା ମହତାବ ଛକ ଠାରୁ ବାଇପାସ ପଯ୍ୟନ୍ତ ଟେଣ୍ଡର କାହିକି ବାତିଲ ହେଲା, ରାସ୍ତାର ଟ୍ରାଫିକ ବ୍ୟବସ୍ଥା କାହିକି ବିପର୍ଯ୍ୟସ୍ତ ସେ ସମ୍ପର୍କ ରେ ବିଧାୟକ ଭଦ୍ରକ ବାସୀ ଙ୍କ ନିକଟରେ ଉତ୍ତର ରଖନ୍ତୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭଦ୍ରକ ରେ ନିଶା ମାଫିଆଙ୍କ ଦୌରାତ୍ମ୍ଯ ବଢିବଢି ଚାଲିଛି ବିଗତ ବର୍ଷା ମାନଙ୍କ ରେ ନିଶା କାରବାର ରେ ସଂପୃକ୍ତି ଥାଇ ଗିରଫ ହୋଇ ଥିବା ଅନେକ ଯୁବକ ଭଦ୍ରକ ବିଧାୟକ ଙ୍କ ପାଖ ଲୋକ ବୋଲି ସେ ଅଭିଯୋଗ କରିଛନ୍ତି ଐତିହ୍ୟ ସମ୍ପନ୍ନ ବଙ୍କ ସ୍କୁଲ ନିକଟରେ ଚୋରା ମଦ କାରବାର ପ୍ରତି ବିଧାୟକ ଆଖିବୁଜି ଦେଇଛନ୍ତି ଗତ ୪ବର୍ଷ ମଧ୍ଯ ରେ ଭଦ୍ରକ ରେ ଅପରାଧିକ ତତ୍ତ୍ବ ଙ୍କ ପ୍ରତି ବିଧାୟକ କାହିକି ନିରବ ବୋଲି ସେ ପ୍ରଶ୍ନ କରିଛନ୍ତି ଅନ୍ୟମାନଙ୍କ ମଧ୍ଯ ରେ ନଗର କଂଗ୍ରେସ ସଭାପତି ଅବଦୁଲ ମୋକିତ ଖାଁ ମାଇନରଟି ସେଲ ସଭାପତି ଅଶ୍ରପ ଅଲ୍ଲୀ ଖାନ ପିତବାସ ଧଳ ରାଜନ ଲାହା ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି ଏସସି ସେଲ ମୁଖ୍ଯ ରଞ୍ଜନ ଜେନା ହେମନ୍ତ ମହାପାତ୍ର ବିଜୟ ବାରିକ, ଇତ୍ୟାଦି ଏହି ସମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ

Leave a Reply

Your email address will not be published. Required fields are marked *