ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସୁଆରୋଗ୍ୟ କାମନା

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସୁଆରୋଗ୍ୟ କାମନା।
ରଘୁନାଥପୁର ଠାରେ ବିଜେଡି ପକ୍ଷରୁ ପ୍ରଭୁ ରୁଦ୍ରେଶ୍ବର ଙ୍କ ପିଠରେ ସମୁହ ଦୀପଦାନ।
ରଘୁନାଥପୁର …ଓଡ଼ିଶାର ଜନପ୍ରିୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ ସ୍ଵାସ୍ଥ୍ୟଗତ ଅସୁସ୍ଥତାଯୋଗୁ ମୁମ୍ବାଇ ସ୍ଥିତ ଘରୋଇ ହସପିଟାଲରେ ରବିବାର ତାଙ୍କର ସଫଳ ଅସ୍ତ୍ରପଚାର କରାଯାଇଛି।ଏହିପରିପେକ୍ଷୀରେ ତାଙ୍କ ର ନିରାମୟ ଦୀର୍ଘାୟୁ କାମନା କରି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରଘୁନାଥପୁର ବ୍ଲକ ବିଜେଡି ପକ୍ଷରୁ ଉପାଧ୍ୟକ୍ଷା ଦେବାଶିଷ ତ୍ରିପାଠୀ ଙ୍କ ନେତୃତ୍ୱ ରେ ସ୍ଥାନୀୟ ଶ୍ରୀଶ୍ରୀ ପ୍ରଭୁ ରୁଦ୍ରେଶ୍ୱର ମହାଦେବଙ୍କ ମନ୍ଦିରରେ ସମୂହ ଦୀପଦାନ କରାଯାଇଛି ।ଏହି କର୍ଯ୍ୟକ୍ରମରେ ହଜାର ହଜାର ମହିଳା ଓ ପୁରୁଷ ଦୀପଦାନ କରିଥିଲେ ।ଏଥିରେ ରେ ତିର୍ତ୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ବ୍ଲକ ଅଧ୍ୟକ୍ଷା ଲସହକ୍ଷ୍ମୀ ବେହେରା ଜିଲ୍ଲାପରିଷଦ ରିନାରାଣୀ ମଲ୍ଲିକ, ଇତିଶ୍ରୀ ମଲ୍ଲିକ,ନାରୀ ନେତ୍ରୀ ଶାନ୍ତିଲତା ଦ୍ଵୀବେଦୀ,ସେଫାଳି ତା ବିଭିନ୍ନ ପଞ୍ଚାୟତରରୁ ଆସିଥିବା ସରପଞ୍ଚ,ସମିତି ସଭ୍ୟ,ସଭ୍ୟା ଦଳୀୟ କର୍ମୀ ଓ ନେତା ଉପସ୍ଥିତ ଥିଲେ।