କୁହୁଡି କବ୍ଜାରେ କାମାକ୍ଷାନଗର

କାମାକ୍ଷାନଗର ଆଜି ବଡି ସାରା କାମାକ୍ଷାନଗର ଅଂଚଳ ରେ ଭିଷଣ କୁହୁଡି ଦେଖା ଦେଇଥିଲା l ଆଜି ସକାଳେ ସାରା କାମାକ୍ଷାନଗର ଅଂଚଳ କୁ କୁହୁଡି କବ୍ଜା କରିଥିବା ଦେଖିବାକୁ ମିଳିଛି l ଡ଼ୁବୁରୀ ଠାରୁ କାମାକ୍ଷାନଗର ଦେଇ ତାଳଚେର ଯାଇଥିବା ୨୦୦ ନମ୍ବର ଜାତୀୟ ରାଜପଥ ହେଉ ବା କାମାକ୍ଷାନଗର କଙ୍କଡ଼ାହାଡ଼ ପୂର୍ତ୍ତ ବିଭାଗ ରାସ୍ତା ସବୁଠି ଦେଖିବାକୁ ମିଳିଛି କୁହୁଡିର ଆବରଣ ଯାହାଫଳରେ ଅନେକ ଯାତ୍ରୀବାହି ବସ, ମାଲବାହି ଗାଡି, ଦୁଇ ଚକିଆ ଠାରୁ ଚାରି ଚକିଆ ପର୍ଯ୍ୟନ୍ତ ସବୁ ପ୍ରଭାବିତ ହୋଇଛନ୍ତି l ଅନେକ ଜାଗାରେ ଚାଳକ ଗାଡି ଚଳାଇ ନପାରି ରାସ୍ତା କଡରେ ଗାଡିକୁ ଛିଡା କରିଦେଇ ଥିବା ବେଳେ ଆଉ କେତେକ ଗାଡି ମନ୍ଥର ଗତିରେ ରାସ୍ତା ଯାତାୟତ କରୁଛି l ଅନେକାଂଶ ରେ ମଣିୱାର୍କ ରେ ଆସୁଥିବା ପଥଚାରି ଏଥିରୁ ବର୍ତ୍ତୀ ନାହାନ୍ତି l

Prakash Kumar Patra reporter

Leave a Reply

Your email address will not be published. Required fields are marked *