କୁଅରେ ପଡି ମହିଳା ମୃତ୍ୟୁ।



କୂଅରୁ ପାଣି କାଢୁଥିବାବେଳେ ଅସାବଧାନତା ଯୋଗୁ କୁଅରେ ପଡି ମହିଳା ମୃତ୍ୟୁ। ମୃଚକହେଲେ କାମାକ୍ଷାନଗର ଥାନା ମଠକରଗୋଳା ଗ୍ରାମର ନିହଲି ବାରିକ। ସୁଚନା ମୁତାବକ ଆଜି ସକାଳେ ମହିଳା ଜଣକ ଏକାକି କୁଅରୁ ଦଉଡି ସାହାର୍ଯ୍ୟରେ ପାଣି କାଢୀଥିଲେ। ଅସାବଧାନତା ଯୋଗ କୁଅରେ ପଡିଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ କୁଅ ନିକଟକୁ ଯାଇ ଖୋଜିବାରେ ଲାଗିଥିଲେ। କୁଅରେ ପଡିଯାଇଥିବା ସନ୍ଦେହ କରି ଅଗ୍ନିଶମ ବାହିନୀକୁ ଡାକି କୁଅରୁ ମହିଳାଙ୍କୁ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *