ମହିଳାଙ୍କୁ ପଛପଟୁ ଧକ୍କା ଦେଲା ପିକଅପ ଭ୍ୟାନ।୨ ଗୁରୁତର।

ରଘୁନାଥପୁର: ରଘୁନାଥପୁର ଥାନା ଅନ୍ତର୍ଗତ କଟକ ପାରାଦୀପ ରାସ୍ତାର ତାରପୁର ପୁରୁଣା ବଜାର ନିକଟରେ ଏକ ପିକଅପ ଭ୍ୟାନ ପାଦରେ ଚାଲି ଚାଲି ଯାଉଥିବା ୨ ମହିଳାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସେମାନେ ନିକଟରେ ଥିବା ଗଛରେ ପିଟିହୋଇ ତଳେ ପଡିଯାଇଥିଲା।ସେମାନଙ୍କ ଛାତି ଓ ହାତଗୋଡରେ ଗଭୀର ଆଘାତ ଲାଗି ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ମହିଳା ଦ୍ୱୋୟଙ୍କୁ ତୁରନ୍ତ ରଘୁନାଥପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ସେମାନଙ୍କୁ କଟକ ବଡ଼ମେଡ଼ିକାଲକୁ ରେଫର କରିଛନ୍ତି। ସେମାନେ ହେଲେ ଏହି ଥାନା ଅନ୍ତର୍ଗତ ତାରପୁର ଗ୍ରାମର ବାବୁନା ସେଠୀଙ୍କ ସ୍ତ୍ରୀ ବେବିନା ସେଠି ଓ ଶଙ୍କର ସେଠୀଙ୍କ ସ୍ତ୍ରୀ ନମିତା ସେଠି।

ଘଟଣା ସ୍ଥଳରେ ରଘୁନାଥପୁର ଥାନା ପୋଲିସ ପହଞ୍ଚି ଓଡି ୦୨ ସିଜେ ୩୮୭୮ ଭ୍ୟାନକୁ ଜବତ କରିବା ସହ ଏହାର ଚାଳକଙ୍କୁ ଅଟକ ରଖିଛି।ସୂଚନାଯୋଗ୍ୟ କି ଦୁଇ ମହିଳା ସ୍ଥାନୀୟ ତାରପୁର ପଞ୍ଚାୟତ କାର୍ଯ୍ୟାଳୟରୁ ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନାରେ ଘରଢିଅ ପାଇଁ ଆବେଦନ କରି ଘରକୁ ଫେରୁଥିଲେ। ହଟାତ ପିକଅପ ଭ୍ୟାନଟି ପଛପଟୁ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ମହିଳା ଦ୍ୱୋୟ ସେମାନଙ୍କ ବାମ ପାର୍ଶ୍ଵରେ ଚାଲି ଚାଲି ଆସୁଥିବା ବେଳେ ପିକଅପ ଭ୍ୟାନ ଚାଳକଙ୍କ ଆଖି ଲାଗିଯିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ।

Leave a Reply

Your email address will not be published. Required fields are marked *