ପାଣି ପାଇଁ ବ୍ଲକରେ ଧାରଣା ଦେଲେ ମହିଳା


ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଗଡମଧୁପୁର ପଂଚାୟତ ଜାମୁଝରି ଗ୍ରାମରେ ଦିର୍ଘ ଏକ ସପ୍ତାହ ଧରି ଲୋକେ ପାଣିପାଉ ନଥିବାରୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ସେମାନେ ପ୍ରାୟ ୫୦ରୁ ଉର୍ଦ୍ଧ ମହିଳା ଖାଲି ଗରା ଓ ବାଲ୍ଟି ଧରି ବ୍ଲକ ସମ୍ମୁଖରେ ଧାରଣା ଦେବା ସହ ବିଡିଓଙ୍କୁ ଦାବି ପତ୍ର ଦେଇଥିଲେ।ଧର୍ମଶାଳା ବିଡିଓ ଦାବିପତ୍ର ଗ୍ରହଣ କରି ଏହାର ତୁରନ୍ତ ସମାଧାନ ପାଇଁ ସେମାନଙ୍କୁ ପ୍ରତିସୃତି ଦେଇଛନ୍ତି।ଏବଂ ମହିଳାମାନେ ସେମାନଙ୍କ ଦାବି ପୂରଣ ନହେଲେ ତାଙ୍କ ପିଲାଛୁଆଙ୍କୁ ଧରି ବ୍ଲକ ଆଗରେ ପୁନର୍ବାର ଧାରଣା ଦେବେ ବୋଲି ଚେତାବନି ଦେଇଛନ୍ତି।

ରିପୋର୍ଟ: ଈଶ୍ୱର ଚନ୍ଦ୍ର ବାରିକ

Leave a Reply

Your email address will not be published. Required fields are marked *