ଜାତୀୟ ରାଜପଥ (୫୯) ନିକଟ ଜଙ୍ଗଲରେ ମହିଳାଙ୍କ ଦରପୋଡ଼ା ସବ

ସୋରଡ଼ା , ଗଞାମ ଜିଲ୍ଲା ସୋରଡ଼ା ବ୍ଳକ ଅନ୍ତର୍ଗତ ଜାତୀୟ ରାଜପଥ ୫୯ ଗାଜଲବାଡି ନିକଟ (ରାଜ ରାସ୍ତା ରୁ୫୦୦ ମିଟର) ଏକ ଅଜଣା ମହିଳା ଙ୍କ ଦରପୋଡା ସବ ସୋରଡ଼ା ପୋଲିସ ଜବତ୍ କରିଛି। ପାରିପାର୍ଶ୍ବିକ ସ୍ଥିତି କୁ ଅନୁଧ୍ୟାନ କଲେ ଜଣା ଯାଉଛି କେହି ଦୃବୁତ ମହିଳା କୁ ହତ୍ୟା କରି ପ୍ରମାଣ ନଷ୍ଟ କରିଦେବା ଉଦେଶ୍ୟ ରେ ଜାଲି ଦେଇଛି କିନ୍ତୁ ଜଣା ପଡ଼ିବା ଭୟରେ ଦରପୋଡ଼ା ସବକୁ ଛାଡି ଚାଲିଯାଇଥିବା ଅନୁମାନ କରାଯାଉଛି । ଖବର ଅନୁଯାୟୀ ଦୈନିକ ସ୍ଥାନୀୟ ବାସିନ୍ଦା ସେହି ରାସ୍ତା ଦେଇ ଯାତାୟାତ ବେଳେ ନିକଟ ଜଙ୍ଗଲରୁ କିଛି ପଚାଗନ୍ଧ ବାରି ସେହି ସ୍ଥାନ କୁ ଯାଇ ଦେଖିଲେ ଏକ ମହିଳା ର ଦରପୋଡ଼ା ଶବ ପଡ଼ିରହିଛି ମୁହଁ ଟି ସମ୍ପୁର୍ଣ୍ଣ ପୋଡ଼ି ଯାଇଛି। ଲୋକମାନେ କୁହ କୁହିଁ ହେଉଛନ୍ତି ଯେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମହିଳା ର ମୁହଁ କୁ ଜାଳି ଦେଇଛନ୍ତି। ଉକ୍ତ ଘଟଣା ଟି କୁ ସ୍ଥାନୀୟ ବାସିନ୍ଦା ସେହି ଅଞ୍ଚଳର ସରପଞ୍ଚ କୁ ଜଣାଇବାରୁ ସରପଞ୍ଚ ବାବୁ ତୁରନ୍ତ ସୋରଡ଼ା ଥାନାଧିକାରୀ ଶ୍ରୀ ସୁଧିର ବାବୁ ଖବର ଦେଇଥିଲେ। ଥାନାଧିକାରୀ ଶ୍ରୀ ଯୁକ୍ତ ସୁଧିର ବାବୁ ତୁରନ୍ତ ସାଇଣ୍ଟିଫିକ ଟିମ୍ ସହିତେ ସଦଳବଳେ ଘଟଣାସ୍ଥଳରେ ପହଂଚି ଶବ କୁ ଜବତ୍ କରି ବ୍ୟବଚ୍ଛେଦ ଗୃହ ପଠାଇ ଦେଇଛନ୍ତି ଅଧିକା ଜାଣିବାପାଇଁ। ଅନୁମାନ କରାଯାଉଛି ଯେ ମହିଳା ଜଣଙ୍କ ବୟସ ଅନୁମାନ ୪୦ ରୁ ୪୫ ବର୍ଷ ହେବ। ପାରିପାର୍ଶ୍ବିକ ଦୃଷ୍ଟି କୁ ପୋଲିସ ଅଧିକା ଜାଣିବାପାଇଁ ତନାଘନା ଜାରି ରଖିଛି କେଉଁ କାରଣରୁ ମହିଳା ଙ୍କ ମୃତ୍ୟୁ ପ୍ରେମ୍ ସମ୍ପର୍କରୁ ନାଁ ପାରିବାରିକ କଳହରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଅନୁସନ୍ଧାନରୁ ଆଗାମୀ ଦିନରେ ପୋଲିସ ମୃତ୍ୟୁ ରହସ୍ୟକୁ ପର୍ଦ୍ଦାଫାଶ କରିବ।

ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *