ପ୍ରଶାସନର ଅବହେଳା ଯୋଗୁଁ ସରି ପାରୁନି ରୂପାନ୍ତରି କାରଣ କାର୍ଯ୍ୟ

ପ୍ରଶାସନର ଅବହେଳା ଯୋଗୁଁ ସରି ପାରୁନି ରୂପାନ୍ତରି କାରଣ କାର୍ଯ୍ୟ ————————————* *ବହୁଦିନ ହେବ ଅଚଳ ହୋଇ ପଡ଼ିଛି ଆକୂଆ ଗାଡ଼ି ପାଣି ମେସିନ।* * *ବଲସକୁମ୍ପା ମାଁ ବରାଳଦେବୀ ପର୍ଯ୍ୟଟନ କେନ୍ଦ୍ର ସ୍ଥଳୀ ପୀଠ।* ଫୁଲବାଣୀ:ନିପ୍ର:-୧୯/୧୨()ଓଡ଼ିଶାର ଅନ୍ୟତମ ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ଶକ୍ତି ପୀଠ ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ବଲସକୁମ୍ପାରେ ବିରାଜିତ ମାଁ ବରାଳଦେବୀ ଙ୍କ ମନ୍ଦିର। ୨ କୋଟି ୯୯ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ରୂପାନ୍ତରି କରଣ କାର୍ଯ୍ୟ ପ୍ରଶାସନର ଅବହେଳା ଓ ଠିକାଦାରଙ୍କ ମନମୁଖୀ ଯୋଗୁଁ ମନ୍ଥରତା ହୋଇ ସରିପାରୁନି। ଦୀର୍ଘ ବର୍ଷ ହେବ ମାଁ ବରାଳଦେବୀ ମନ୍ଦିରର ଉନ୍ନତି କରଣ କରାଯିବାକୁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିବା ବେଳେ ୨୦୨୩ ରେ ତତ୍କାଳୀନ ସରକାର ଏହାକୁ ଅନୁମୋଦନ କରି ଅର୍ଥ ମଞ୍ଜୁର କରିଥିଲେ। କୌଣସି କାରଣରୁ ଦୁଇ ଦୁଇ ଟେଣ୍ଡର କରାଯାଇଥିଲା। ଏହା ପରେ ୨୦୨୪ରୁ ରୂପାନ୍ତି କରଣ କାର୍ଯ୍ୟ ଆରମ୍ଭ ହୋଇଥିଲା।କିନ୍ତୁ ଏଭଳି ମନ୍ଥର ଗତିରେ କାମ ଚାଲିଛି ଯେ ଆଜି ପର୍ଯ୍ୟନ୍ତ ସରୁନି।ଦଶହରା ପର୍ବରେ ମାଁ ଙ୍କ ପୀଠରେ ମହା ନବମୀ ପୂଜା ଓ ଯାତ୍ରା ୭/୮ଦିନ ଧରି ହୁଏ ସେତେ ବେଳକୁ ଚାରିଆଡେ ଖଣ୍ଡିଆ ଖାବଡ଼ା ହୋଇ ରହିଥିଲା ଯୋଗୁଁ ଏ ସବୁକୁ ଦେଖି ଶ୍ରଦ୍ଧାଳୁ ଓ ଦଶକଙ୍କ ଭାବାବେଗକୁ ବହୁତ ଆଘାତ ଦେଇଥିଲା। ଏହା ପରେବି ଆଜି ପର୍ଯ୍ୟନ୍ତ ଉକ୍ତ ରୂପାନ୍ତରି କରଣ କାର୍ଯ୍ୟ ସରିପାରୁ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଏନେଇ ଜନ ଅସୋନ୍ତୋଷ ପ୍ରକାଶ ପାଇଛି। ଖାଲି ସେତିକି ନୁହେଁ ଏଠାରେ ବସାଯାଇଥିବା ଆକୁଆ ଗାଡ଼ ପାଣିର ମେସିନ ମଧ୍ୟ ଦୀର୍ଘ ଦିନ ହେଲା ଅଚଳ ହୋଇ ପଡ଼ି ରହିଛି। ସେହିଭଳି ଶୌଚାଳୟ ମଧ୍ୟ କାର୍ଯ୍ୟାରେ ଆସୁନାହିଁ ବନ୍ଦହୋଇ ରହିଛି। ହେଲେ ଏଥିପାଇଁ ଦାୟୀକିଏ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ସୋଇଛି ?। ପ୍ରକାଶ ଯେ ଏହି ମାଁ ଙ୍କ ଶକ୍ତିପୀଠ ସ୍ଥାନ ବହୁ ବର୍ଷରୁ ପର୍ଯ୍ୟଟନ କେନ୍ଦ୍ର ସ୍ଥଳୀରେ ସରକାରୀ ମାନ୍ୟତା ପାଇଥିବାରୁ ପରିଚାଳନା କମିଟି ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ଅଞ୍ଚଳ ମୁଠାର ବୁଦ୍ଧିଜୀବୀ ମାନଙ୍କୁ ନେଇ ଗଠିତ ହୋଇ ରକ୍ଷଣ ବେକ୍ଷଣ ଦାୟିତ୍ଵ ତୁଲାଉଛନ୍ତି। ଏହି ମାଁ ବରାଳଦେବୀ ଶକ୍ତିପୀଠ ଅଧିଷ୍ଟାତ୍ରୀଙ୍କ ପାଖକୁ ବର୍ଷ ତମାମ ଭକ୍ତମାନେ ନିଜର ବିଭିନ୍ନ ମନସିକ ପୂରଣ ପାଇଁ ଓ ଆଶୀର୍ବାଦ ନେବାପାଇଁ ରାଜ୍ଯ ତଥା ରାଜ୍ଯ ବାହାରୁ ମଧ୍ୟ ଆସୁଛନ୍ତି। ସେ ନେଇ ସମସ୍ତଙ୍କ ମନକୁ ଆକୃଷ୍ଟ କରିବା ପାଇଁ ଓ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ନିମନ୍ତେ ମୋଟା ଅଙ୍କରେ ଅର୍ଥ ମଞ୍ଜୁର କରି ଏହି ମାଁଙ୍କ ଶକ୍ତିପୀଠକୁ ରୂପାନ୍ତରି କରଣ କରାଯିବାକୁ ନିର୍ଦ୍ଦେଶ ହୋଇଛି। ହେଲେ ଏଠାରେ ଚାଲିଥିବା ଥିବା ମନ୍ଦିରର ରୂପାନ୍ତରି କରଣ କାର୍ଯ୍ୟ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ସରି ପାରୁ ନ ଥିବାରୁ ଏହା ପ୍ରଶାସନର ଅବହେଳା ଅବହେଳା,ଅଣଦେଖା ଓ ଠିକାଦାର ଙ୍କ ମନମୁଖୀ କାର୍ଯ୍ୟ ପାଇଁ ମନ୍ଥର ଗତିରେ ଚାଲିଛି ବୋଲି ବହୁ ବୁଦ୍ଧିଜୀବି ପ୍ରକାଶ କରୁଛନ୍ତି। କିଛି ଦିନ ତଳେ ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହି କାମର ହିସାବ ମାଗିଥିଲେ।କାର୍ଯ୍ଯ କରିବାରେ ବିଳମ୍ୱ ନେଇ ଓ ଅଭିଯୋଗ ପ୍ରକାରେ କେହି କିଛି ନ ଶୁଣିବାରୁ କମିଟି ଅସୋନ୍ତୋଷ ପ୍ରକାଶ କରିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ହେଲେ ମଧ୍ୟ ତୁ ଯେତେ ମାଠିବୁ ମାଠ,ମୁଁ ସେହି ଦରପୁଡ଼ା କାଠ ସଦୃଶ୍ୟ ହେଇଛି। ହେଲେ ଏଥି ପ୍ରତି ପ୍ରଶାସନ କାହିଁକି ଦୃଷ୍ଟି ଦେଉନାହିଁ କିମ୍ବା ନେତା ମନ୍ତ୍ରୀ ସବୁ ଦେଖି କାହିଁକି ଚୁପ୍ ରହୁଛନ୍ତି ସନ୍ଧେହ ସୃଷ୍ଟି କରୁଛି। ସେହିଭଳି ଆକୁଆ ଗାଡ଼ ପାଣି ମେସିନ ମଧ୍ୟ ମରାମତି କରାଯାଉ ନାହିଁ କି ଶୌଚାଳୟ ମଧ୍ୟ କାର୍ଯ୍ୟରେ ଲାଗୁ ନାହିଁ। ବର୍ତମାନ ଜିଲ୍ଲାରେ ଜଣେ ଦକ୍ଷ ପ୍ରଶାସନିକ ଭାବେ ଜିଲ୍ଲାପାଳ ଦାୟିତ୍ଵ ଗ୍ରହଣ କରିଛନ୍ତି। ଜିଲ୍ଲାବାସୀଙ୍କ ସମସ୍ତ ବିଶ୍ବାସ ଭରଷା ଜିଲ୍ଲାପାଳ ଙ୍କ ଉପରେ ରହିଛି। ସେନେଇ ଏହି ଶକ୍ତିପୀଠ ପର୍ଯ୍ୟଟନ କେନ୍ଦ୍ର ସ୍ଥଳୀ ର ବିକାଶ ଓ ରୂପାନ୍ତରି କରଣର କାର୍ଯ୍ୟକୁ ଶୀଘ୍ର ସାରିବା ପାଇଁ ଓ ଏଠାରେ ଥିବା ଆକୁଆ ଗାଡ଼ ପାଣି ମେସିନ କୁ ମରାମତି କରାଇ ସୁ ବ୍ୟବସ୍ଥା କରିବାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *