ଶ୍ରମିକ ଦିବସରେ ଶ୍ରମିକଙ୍କ ଶୋଭାଯାତ୍ରା ଓ ସଭା

ହିଞ୍ଜିଳିକାଟୁ ୧/୫– ଶ୍ରମିକ ଦିବସରେ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ସମରଝୋଳ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରି ଶ୍ରମିକ ଦିବସରେ ଶୋଭାଯାତ୍ରା ସହ ସଭାର ଆୟୋଜନ କରାଯାଇଛି ।ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ସମରଝୋଳ ଛକରେ ନରେଗା ଶ୍ରମିକ ୟୁନିଅନ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ, ଘରୋଇ ମହିଳା ଶ୍ରମିକ ୟୁନିଅନର ଶ୍ରମିକ ମାନେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତି ପ୍ରତ୍ୟାହାର ପାଇଁ ବିଭିନ୍ନ ସ୍ଳୋଗାନ ଆଜି ଦିଆଯାଇଛି । ସୁଚନାପ୍ରକାରେ ହିଞ୍ଜିଳିକାଟୁ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଏଠାରେ ଶ୍ରମିକ ଶୋଷଣ, ଜୋର ଜୁଲମ ଯୋଗୁଁ ଶ୍ରମିକ ମହଲରେ ସର୍ବଦା ଅସନ୍ତୋଷ ରହିଛି । ପ୍ରକୃତ ନରେଗା ଶ୍ରମିକ ଓ ନିର୍ମାଣ ଶ୍ରମିକଙ୍କୁ ଲେବର କାର୍ଡ ପ୍ରଦାନ କରିବାରେ ଅବହେଳା ,ବୃଦ୍ଧବୃଦ୍ଧା ଓ ଅସହାୟ ହିତାଧିକାରୀଙ୍କ ମାସିକ ଭତ୍ତାକୁ ଲୁଟି ନେବା, ଆଧାର ପେମେଣ୍ଟ ନାମରେ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ କରାଇବା ନୀତିକୁ ଉପସ୍ଥିତ ଥିବା ଅନେକ ଶ୍ରମିକ ସମାଲୋଚନା ସହିତବା ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଏହାର ପ୍ରତିବାଦରେ ଚଳିତ ମାସର ଶେଷ ସପ୍ତାହ ସୁଦ୍ଧା ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦାନ କରାଯିବା ଲାଗି ସଂଘ ପକ୍ଷରୁ କୁହାଯାଇଛି । ଆଜିର ଶ୍ରମିକଦିବସ ସଭାରେ ଟିୟୁସିଆଇ ର ରାଜ୍ୟ ସଂଯୋଜକ କମ୍ରେଡ ଶଙ୍କର ଯୋଗଦେଇ ମଇ ଦିବସ ର ଐତିହାସିକ ଲଢେଇ ସଂପର୍କରେ ବର୍ଣ୍ଣନା କରିବା ସହ କର୍ପୋରେଟ ଓ ସଂଘି ମନୁବାଦର ମହାମେଣ୍ଟକୁ କ୍ଷମତା ଲୋଭରେ ଶ୍ରମିକ ଙ୍କ ଅଧିକାରକୁ ହ୍ରାସ କରାଯାଇଛି ବୋଲି କହିଛନ୍ତି ।ଅନ୍ୟ ମାନଙ୍କ ମଧ୍ୟରେ ଆଜି ଟିୟୁସିଆଇ ରାଜ୍ୟ କମିଟି ସଦସ୍ୟ ପି ଯୋଗିନ୍ଦ୍ର ଅଧ୍ୟକ୍ଷତାରେ ନରେଗା ଶ୍ରମିକ ୟୁନିଅନ, ଓଡ଼ିଶାରନାରୀ ନେତ୍ରୀ , ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ନେତା , ଘରୋଇ ମହିଳା ଶ୍ରମିକ ୟୁନିଅନ ନେତାଙ୍କ ସମତେ ବହୁ ସଂଖ୍ୟକ ଶ୍ରମିକ ଯୋଗଦେଇ ଥିଲେ।
ରିପୋର୍ଟ :-ରଂଜିତ କୁମାର ପୋଲାଇ।