ଜଗତସିଂହପୁର ଜିଲ୍ଲା ସାଂସ୍କୃତିକ ପରିଷଦର କାର୍ଯ୍ୟକାରିଣୀ ବୈଠକ

ଜଗତସିଂହପୁର ଜିଲ୍ଲା ସାଂସ୍କୃତିକ ପରିଷଦର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୦୨୪ ଜାନୁଆରୀ ୧୫ ରୁ ୨୧ ପର୍ଯ୍ୟନ୍ତ ୨୫ତମ ଜଗତସିଂହପୁର ପୁସ୍ତକ ମେଳା ତଥା ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହ ପାଳନ କରାଯିବ ।ଏହି ପୁସ୍ତକ ମେଳାକୁ ଅଧିକ ସରସ ସୁନ୍ଦର କରିବା ସହିତ ଜିଲ୍ଲା ଓ ଜିଲ୍ଲା ବାହାରର ପୁସ୍ତକ ପ୍ରକାଶକ ମାନଙ୍କୁ ସାମିଲ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା । ଆଜିର ଏହି ବୈଠକରେ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ, ପୁସ୍ତକ ମେଳା କମିଟି ର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ତେବେ ଏଥର ପୁସ୍ତକ ମେଳା ତାର ସିଲଭର ଜୁବୁଲି ପାଳନ କରିବାକୁ ଯାଉଥିବା ବେଳେ କିପରି ସରସ ସୁନ୍ଦର ହୋଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଜଗତସିଂହପୁର ରୁ Rita ସାହୁ reporter