କେନ୍ଦ୍ର ସରକାର ଙ୍କ ଏଗାର ବର୍ଷ ଓ ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ କର୍ମଶାଳା ଅନୁଷ୍ଠିତ

ସୋରଡ଼ା: ୦୮/୦୬/୨୫ କେନ୍ଦ୍ର ସରକାର ତଥା ଯଶଶ୍ଵି ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ସରକାର ର ଏଗାର ବର୍ଷ ଓ ଓଡିଶା ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲାର ସୋରଡ଼ା ନିର୍ବାଚନ ମଣ୍ଡଳୀ ର 64 ନମ୍ବର ଜୋନ ର 9 ଗୋଟି ପଂଚାୟତ କୁ ନେଇ ଏହି ଗେଞ୍ଜା ପଂଚାୟତ ର ମା କଡେଶ୍ୱରି ମନ୍ଦିର ପ୍ରାଙ୍ଗଣ ରେ ଯଶସ୍ଵି ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ବି ଜେ ପି ର ସର୍ବ ପୁରାତନ ଓ ବରିଷ୍ଟ ବିଜେପି ନେତା ଶ୍ରୀ ଯୁକ୍ତ ରାଧାମୋହନ ସ୍ୱାଇଁ ଓ ପୂର୍ଣ୍ଣ ସେଠୀ, ବାଳକୃଷ୍ଣ ମାଲିକ , ରଞ୍ଜନ କୁମାର ମଲ୍ଲିକ ,ବିଜୟ କୁମାର ଗୋଡ଼ , ପ୍ରଶ୍ନ କୁମାର ଗୋଡ଼ ଆଦି ଯୋଗ ଦେଇଥିଲେ l

ଶ୍ରୀ ଯୁକ୍ତ ରାଧାମୋହନ ସ୍ୱାଇଁ ସରକାର ଙ୍କ ବିଭିନ୍ନ ପ୍ରକାର ଯୋଜନା ତଥା ସୁଭଦ୍ରା ୟୋଜନଟ,ଆୟୁଷ୍ମାନ ଯୋଜନା , ଅନ୍ତଦ୍ୟାୟ ଯୋଜନା, ବୃଦ୍ଧ ମା ଓ ବାପା ଙ୍କ ପାଇ ପେନସନ ଯୋଜନା ରେସନ କାର୍ଡ ଯୋଜନା , ବିଶ୍ଵକର୍ମା ଯୋଜନା ଇତ୍ୟାଦି ବିଭିନ୍ନ ଯୋଜନା ଗୁଡ଼ିକୁ କି ଭଳି ଯୋଗ୍ୟ ହିତାଧୀକାରୀ ମାନେ କିଭଳି ପାଇପାରିବେ l ଯେଉଁମାନେ ଏହି ଯୋଜନା ଗୁଡ଼ିକ ରୁ ବଞ୍ଚିତ ହୋଇଛନ୍ତି କି ଭଳି ସେମାନେ ପାଇପାରିବେ ତାହା ଉପରେ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ତିନି ଗୋଟି ପଂଚାୟତ କୁ ନେଇ କରାଯାଇଥିଲା l କିନ୍ତୁ ପ୍ରତ୍ୟେକ ପଂଚାୟତ ମାନଙ୍କରେ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତା ରେ 8/06/25 ଠାରୁ 11 /03/25 ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରକାଶ କରିଛନ୍ତି l