ପଶୁ ମାନଙ୍କ ପ୍ରତି ନିର୍ଯ୍ୟାତନା ପ୍ରତିରୋଧ ଆଇନ ଓ ନିୟମ ସମ୍ପର୍କରେ କର୍ମଶାଳା

ପୁରୀ ୨୨/୩ ପଶୁ ମାନେ ଇଶ୍ଵରଙ୍କ ଅନନ୍ୟ ସୃଷ୍ଟି।ସେମାନଙ୍କର ପ୍ରତି କ୍ରୁର ଆଚରଣ ଓ ଅତ୍ୟାଚାର ସଭ୍ୟ ସମାଜ ପାଇଁ ଅଶୋଭନୀୟ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ।ଆଜି ପୁରୀର ସଂସ୍କୃତି ଭବନ ପରିସରରେ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା କାର୍ଯ୍ୟାଳୟ ପକ୍ଷରୁ ପଶୁ ମାନଙ୍କ ପ୍ରତି ନିର୍ଯ୍ୟାତନା ପ୍ରତିରୋଧ ଆଇନ ୧୯୬୦ ଓ ନିୟମ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସାହୁ ଜୀବେ ଦୟା ସମସ୍ତଙ୍କର ଧେୟ ହେବା ଉଚିତ ବୋଲି କହିବା ସହ ବିଭିନ୍ନ ଉଦାହରଣ ମାଧ୍ୟମରେ ନିରାମିଷାଶୀ ବା ତୃଣଭୋଜୀ ପଶୁ ମାନଙ୍କ ଦକ୍ଷତା, ଶକ୍ତି ଓ କାର୍ଯ୍ୟ କ୍ଷମତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ପଶୁ ମାନେ ମଣିଷ ସମାଜର ଅନେକ ହିତ ସାଧନ କରି ମାନବୀୟ ମୂଲ୍ୟବୋଧ ର ପରିଚୟ ଦେଉଥିବା ବେଳେ ଆମେ ମଣିଷ ମାନେ ଅନେକ କ୍ଷେତ୍ରରେ ପଶୁ ଠାରୁ ମଧ ହୀନ ଆଚରଣ ପ୍ରଦର୍ଶନ କରୁଅଛୁ।
