ଫୋକସ ପରିସରରେ ଡିଲୋକ ର କର୍ମଶାଳା ସ୍କ୍ରିପ୍ଟ

ଜଗତସିଂହପୁର କଲେଜଛକ ସ୍ଥିତ ଫୋକସ ପରିସରରେ ଡିଲୋକ ର କର୍ମଶାଳା ଅନୁଷ୍ଠିତ ହୋଇଛି। ଓଡ଼ିଶାର ଜନସାଧାରଣଙ୍କୁ ୩୦୦ ୟୁନିଟ ମାଗଣା ବିଦ୍ୟୁତ ଯୋଗାଇବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ଡିଲୋକର ରାଜ୍ୟ ସଂଯୋଜକ ସୋମନାଥ ମହାନ୍ତି ପ୍ରକାଶ କରିଥିଲେ। ଏହାକୁ ପ୍ରତି ଜିଲ୍ଲାର ପ୍ରତିଟି ଗ୍ରାମରେ କାର୍ଯ୍ୟକାରୀ କରାଯିବ ବୋଲିି ଜଗତସିଂହପୁର ଜିଲ୍ଲା ସଂଯୋଜକ ବିଭୁତି ଭୁଷଣ ଆଚାର୍ଯ୍ୟ କହିଥିଲେ। ଏହି କର୍ମଶାଳାରେ ରାଜ୍ୟ ବାଣିଜ୍ୟିକ ପ୍ରମୁଖ ଅରିନ୍ଦମ ସାହୁ, ଆଞ୍ଚଳିକ ପ୍ରବନ୍ଧକ ହୃଷୀକେଶ ବାରିକ, ଜଗତସିଂହପୁର ପୈ।ର ପରିଷଦ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ,ସମବାୟବିତ କୈଳାସ ଦାସ,ତପନ ଘୋଷ, ଜୟୀରାମ ମହାନ୍ତି, ସଞ୍ଜିତ ପଟ୍ଟନାୟକ, ଦେବାଶିଷ ବାବୁ ଏବଂ ଲକ୍ଷ୍ମୀ ପ୍ରିୟା ପରିଡ଼ା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଫୋକସ ପରିସରରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ