ପ୍ରିୟଙ୍କା ଦେବୀ ସ୍କୁଲ ଅଫ ନର୍ସିଙ୍ଗ୍ ରେ ବିଶ୍ବ ଏଡ଼ସ ଦିବସ ପାଳିତ

ବିଶ୍ବ ଏଡ୍ ସ ଦିବସ ପାଳନ ଅବସରରେ ବାଲିଗୁଆଳି ସ୍ଥିତ ପ୍ରିୟଙ୍କା ଦେବୀ ସ୍କୁଲ୍ ଓ କଲେଜ୍ ଅଫ୍ ନର୍ସିଙ୍ଗ୍ ଆନୁକୁଲ୍ଯ ରେ ବିଶ୍ବ ଏଡ୍ସ ଦିବସ ଡିସେମ୍ବର ୧ ତାରିଖ ଦିନ ପାଳିତ ହୋଇଅଛି । ଏହି ପରିପ୍ରେକ୍ଷୀରେ ନର୍ସିଙ୍ଗସ୍କୁଲ ଦୁଇଶହ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଜନ ସଚେତନତା ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ଠାରୁ ବାହାରି ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲା l ଏହି କାର୍ଯ୍ୟକ୍ରମ ଓଡିଶାର କ୍ରୀଡା ,ଯୁବସେବା,ବୈଦୁତିକ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ଙ୍କ ର କରକମଳରେ ଉଦ୍ଘାଟିତ ହୋଇଥିବା ବେଳେ ପୁରୀ ସଦର ବ୍ଲକ ପଂଚାୟତ ସମିତି ଅଧକ୍ଷ୍ୟ ଦିବାକର ପାତ୍ର, ପୁରୀ ଜିଲ୍ଲା ପରିଷଦ ପୂର୍ବତନ ଅଧକ୍ଷ୍ୟ ଜୋତିର୍ମୟ ଦଳେଇ, ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ବିରଜାଶଙ୍କର ରଥ ଉପସ୍ଥିତ ରହି ଶୋଭାଯାତ୍ରା କୁ ସମ୍ବୋଧିତ କରିଥିଲେ. ମହାବିଦ୍ୟାଳୟ ପ୍ରାଙ୍ଗଣ ପରିସରରେ ଏଡ୍ସ ସଚେତନତା ବିଷୟ ସମ୍ବଳିତ ସେମିନାର୍ ,କୁଇଜ୍ ଏବଂ ପୋଷ୍ଟର୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।କୃତି ପ୍ରତିଯୋଗୀ ଙ୍କୁ ଚୟନ କରାଯାଇ ଅନୁଷ୍ଠାନର ଡାଇରେକ୍ଟର ଶ୍ରୀଯୁକ୍ତ ବାବୁଲା ବେହେରା ପୁରସ୍କୃତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ର ସୁପରିଚାଳନା ଅଧ୍ୟାପିକା ଶ୍ରୀମତୀ କମଳା ପଣ୍ଡା , ଶ୍ରୀମତୀ ଦୁଃଖୀ ଦେଇ , ଶ୍ରୀମତୀ ମଧୁସ୍ମିତା ରଥ ଏବଂ ମ୍ଯାନେଜମେଣ୍ଟ ଷ୍ଟାଫ୍ ଙ୍କ ଦ୍ବାରା ହୋଇଥିଲା ।ପରିଶେଷରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଅନୁଷ୍ଠାନ ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବାବୁଲା ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।