ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଶ୍ୱ ରକ୍ତଦାତା ଦିବସ ପାଳିତ

ଓଡିଶା ବ୍ଲଡ଼ ସେଣ୍ଟର ଯାଜପୁର ରୋଡ ଶାଖା ପକ୍ଷରୁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହେଇଯାଇଛି l ଆଜି ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପୃଷ୍ଟିଙ୍କ ନେତୃତ୍ୱରେ ଆୟୋଜିତ ବିଶ୍ୱ ରକ୍ତଦାତା ଦିବସ କାର୍ଯ୍ୟକ୍ରମରେ ପୌର ପରିଷଦର ଅଧକ୍ଷା ସଂଗୀତା ପିଙ୍ଗୁଆ, ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ରକ୍ତଦାନ କେନ୍ଦ୍ର ଅଧୁକାରୀ ଗୌତମ ସାହୁ ଅତିଥିଭାବେ ଯୋଗଦେଇ ରକ୍ତଦାନ କରିବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସମୟରେ ରକ୍ତଦାନ କରୁଥିବା ବିଭିନ୍ନ ଅନୁଷ୍ଠାନକୁ ଓଡିଶା ବ୍ଲଡ଼ ସେଣ୍ଟର ଯାଜପୁର ରୋଡ ଶାଖା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅନେକ ବୃଦ୍ଧିଜୀବି,ସାମ୍ବାଦିକ, ଓ ସମାଜସେବୀ ଉପସ୍ଥିତ ରହି ଗୋଟିଏ ବହୁମୂଲ୍ୟ ଜୀବନ ବଞ୍ଚାଇବାକୁ ହେଲେ କିଭଳି ରକ୍ତର ଆବଶ୍ୟକତା ପଡେ ଆଲୋଚନା କରଥିଲେ l ପରିସରରେ ଯାଜପୁର ରୋଡ ରକ୍ତଦାନ କେନ୍ଦ୍ରର କର୍ମଚାରୀ ସାଗରିକା ସାମଲ ଉପସ୍ଥିତ ଅତିଥିଙ୍କୁ ଧନ୍ୟବାଦ ଦେଇଥିଲେ

ଜ୍ୟୋତି ପ୍ରକାଶ ଭୂୟାଁ reporter

Leave a Reply

Your email address will not be published. Required fields are marked *