ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ପାଳନ କରାଯାଏ

ପୁରୀ :- କର୍କଟ ରୋଗ ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ସହରାଂଚଳ ସ୍ୱର୍ଗଦ୍ୱାର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଠାରେ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିରଜା ଶଙ୍କର ରଥ ମୁଖ୍ୟଅତିଥି ଭାବରେ ଯୋଗଦେଇ ବିଶ୍ୱ କର୍କଟ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଡା. ଯଶସ୍ବୀ କୁମାର ଦାସ (ଚିକିତ୍ସା ଅଧିକାରୀ-କେମୋଥେରାପି) ଏହି ରୋଗର ପ୍ରକାର ଭେଦ ଓ ଚିକତ୍ସା ସମ୍ୱନ୍ଧରେ ଅବଗତ କରାଇଥିଲେ । ଏବଂ କହିଥିଲେ କର୍କଟ ରୋଗର ପ୍ରମୁଖ କାରଣ ଗୁଡିକ ମଧ୍ୟରେ ତମାଖୁ ସେବନ,ମଦ୍ୟପାନ, ରାସାୟନିକ ଦ୍ରବ୍ୟ ମଶ୍ରିତ ଖାଦ୍ୟ ତଥା କିଛି ଭୁତାଣୁ ଜନିତ ସଂକ୍ରମଣ ଅନ୍ତର୍ଭୁକ୍ତ । ଜିଲ୍ଲା ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ କହିଥିଲେ କର୍କଟ ରୋଗ ସଅଳ ଚିହ୍ନଟ ଦ୍ୱାରା ତଥା ଉପଯୁକ୍ତ ଚିକିତ୍ସାଦ୍ୱରା ନିଶ୍ଚିତ ଭଲ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ସହରାଂଚଳ ସ୍ୱର୍ଗଦ୍ୱାର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଚିକିତ୍ସା ଅଧିକାରୀ ଜିଲ୍ଲା ଡା.ବସନ୍ତ କୁମାର ମିଶ୍ର, ଅତିରକ୍ତ ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଶ୍ରୀ ବେଣୁଧର ନାୟକ,ସହରାଂଚଳ ଜନସ୍ୱାସ୍ଥ୍ୟ ପରିଚାଳକ ଶ୍ରୀ ପ୍ରଦୀପ କୁମାର ବରାଳ ଉପସ୍ଥିତ ଥିଲେ । ଆସିଷ୍ଟାଣ୍ଟ ମ୍ୟାନେଜର (ଟ୍ରେନିଂ) ମନୋଜ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା ସହିତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ ।

Leave a Reply

Your email address will not be published. Required fields are marked *